ଲୋକସଭା ନିର୍ବାଚନ ୨୦୧୯ : କଂଗ୍ରେସ ଜାରୀ କଲା ପଞ୍ଚମ ତାଲିକା , ୫୬ ଜଣ ପ୍ରାର୍ଥୀଙ୍କୁ ଦିଆଗଲା ଟିକେଟ୍ ।

333

କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପଞ୍ଚମ ସୂଚୀ ଜାରୀ କରିସାରିଛି । ଏହି ଲିଷ୍ଟରେ ଉତ୍ତରପ୍ରଦେଶ,ପଶ୍ଚିମବଙ୍ଗ,ତେଲେଙ୍ଗାନା,ଆନ୍ଧ୍ର ପ୍ରଦେଶ,ଆସାମ,ଓଡିଶା ଏବଂ ଲାକ୍ଷାଦ୍ୱୀପ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ଲିଷ୍ଟରେ ମୋଟ ୫୬ ଜଣଙ୍କ ନାଁ ଥିବା ବେଳେ ୩ ଉତ୍ତରପ୍ରଦେଶ,୧୧ ପଶ୍ଚିମବଙ୍ଗ, ୧ ଲାକ୍ଷାଦ୍ୱୀପ,୭ ତେଲେଙ୍ଗାନା, ୬ ଓଡିଶା, ୫ ଆସାମ ଏବଂ ସର୍ବାଧିକ ୨୩ ଜଣଙ୍କ ନାଁ ଆନ୍ଧ୍ରପ୍ରଦେଶରେ ଜାରୀ କରାଯାଇଛି ।

ମିରଠରୁ କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ ବଦଳାଇଛି । ମିରଠରୁ ଓପି ଶର୍ମାଙ୍କ ବଦଳରେ ହରେନ୍ଦ୍ର ଅଗ୍ରୱାଲଙ୍କୁ ମଇଦାନକୁ ଓହ୍ଲାଇବାରେ ସାହାଯ୍ୟ କରିଛି କଂଗ୍ରେସ । ଅନ୍ୟପକ୍ଷରେ ଗାଜିଆବାଦରୁ ଡଲି ଶର୍ମା,ବୁଲନ୍ଦସହରରୁ ବଶୀଂଲାଲ୍ ପାହାଡିଆଙ୍କୁ ଟିକେଟ୍ ଦିଆଯାଇଛି । ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀଙ୍କୁ ଜାଙ୍ଗୀରପୁର ଏବଂ ପୂର୍ବମନ୍ତ୍ରୀ ତଥା ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ରହିଥିବା ରଂଜନ ଚୌଧୁରୀଙ୍କ ବରହାମପୁରରୁ ଟିକେଟ୍ ଦିଆଯାଇଛି ।

ଓଡିଶା କଳାହାଣ୍ଡି ସିଟରୁ ଭକ୍ତ ଚରଣ ଦାସଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ତେଲେଙ୍ଗାନାର ହାଇଦ୍ରାବାଦ୍ ସିଟରୁ ଫିରୋଜ ଖାନ୍ ଏବଂ ନିଜାମାବାଦରୁ ମଧୁ ୟଶକି ଗାଡଙ୍କୁ ମଉକା ଦିଆଯାଇଛି । ଆପଣଙ୍କୁ କହିରଖୁଛୁ କଂଗ୍ରେସ ଏବେ ପର୍ଯ୍ୟନ୍ତ ୧୩୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ଓଡିଶା ବିଧାନସଭା ନିର୍ବାଚନ ପାଇଁ ୩୬ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୩୨ ପ୍ରାର୍ଥୀଙ୍କ ଲିଷ୍ଟ୍ ବାହାର କରାଯାଇଛି । ଓଡିଶା ବିଧାନସଭା ନିର୍ବାଚନ ୪ ଟି ପର୍ଯ୍ୟାୟରେ ସଂପନ୍ନ ହେବ । ପ୍ରଥମ ଚରଣ ପାଇଁ ଏପ୍ରିଲ୍ ୧୧ ତାରିଖରେ ଭୋଟିିଙ୍ଗ୍ ହେବ ।