କନକ ବ୍ୟୁରୋ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଥିବା ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଜେଲରୁ ମୁକୁଳାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ କଂଗ୍ରେସ ଭିତରେ କନ୍ଦଳ ଆରମ୍ଭ ହୋଇଯାଇଛି । ଗୋଟିଏ ପରେ କଂଗ୍ରେସ ଦଳ ପକ୍ଷରୁ ଏନେଇ ଅସନ୍ତୋଷ ଦେଖା ଦେଇଛି ତ ସେପଟେ ସୋନିଆ ଗାନ୍ଧୀଙ୍କ ମତକୁ ନେଇ ଦଳ ସହମତ ହୋଇପାରି ନାହିଁ । ଏନେଇ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ନେତା ଅଭିଷେକ ମନୁ ସିଂଘଭୀ ପ୍ରଶ୍ନ ଉଠାଇଛନ୍ତି ।

Advertisment

ସିଂଘଭୀ କହିଛନ୍ତି ଯେ ‘ସୋନିଆ ଗାନ୍ଧୀଙ୍କର ନିଜସ୍ୱ ମତ ଦେବାର ଅଧିକାର ରହିଛି, ହେଲେ ମୁଁ ସମ୍ମାନର ସହ କହୁଛି କି ଦଳ ସୋନିଆ ଗାନ୍ଧୀଙ୍କ ମତ ସହ ସହମତ ନୁହେଁ ଓ ସୋନିଆଙ୍କୁ ଏନେଇ ସ୍ପଷ୍ଟଭାବେ କହିଦିଆଯାଇଛି ’  ସେପଟେ ଗଣମାଧ୍ୟମକୁ ସିଂଘଭୀ କହିଛନ୍ତି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆମ ପାଖରେ ଯାହା ବିକଳ୍ପ ରହିଛି ତାହାକୁ ଆମେ ଉପଯୋଗ କରିବୁ , ରାଜୀବ ଗାନ୍ଧୀଙ୍କ ବଳିଦାନ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ସିଂଘଭୀ କହିଛନ୍ତି ।

ସେପଟେ ସିଂଘଭୀ କହିଛନ୍ତି ଯେ ଆମେ କୋର୍ଟଙ୍କ ନିକଟରେ ଆବେଦନ କରୁଛୁ କି, ଦୋଷୀମାନଙ୍କୁ ଜେଲରୁ ମୁକୁଳା ନଯାଉ । ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଭାରତର ଅସ୍ତିତ୍ୱ ଉପରେ ଆକ୍ରମଣ ବୋଲି ସେ କହିଛନ୍ତି । ଏହା ଉପରେ କୌଣସି ରାଜନୈତିକ ରଙ୍ଗ ଦିଆନଯାଉ । ରାଜ୍ୟ ସରକାର ଦୋଷୀମାନଙ୍କୁ ସମର୍ଥନ କରୁଥିବାରୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।