ଯୁବ କଂଗ୍ରେସ ଅଫିସରେ ଭଙ୍ଗାରୁଜା କଲେ ଅଜଣା ଦୁର୍ବୃତ 

152

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି  । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଅଫିସ ଭିତରେ ଥିବା ଆସବାବ ପତ୍ର ଭଙ୍ଗାରୁଜା ହୋଇ ପଡିଛି । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ସମସ୍ତ ଜିନିଷ ଗୁଡିକ ଭାଙ୍ଗି ଏଣେ ତେଣେ ବିଛାଡି ହୋଇ ପଡିଛି । 

ସୂଚନା ଅନୁଯାୟୀ, ସକାଳ ୬ଟା ସମୟରେ ଘଟଣା ଘଟିଥିବା ଜଣାପଡୁଛି  । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସ କୋଠରୀ ଥିବା ବେଳେ କିଭଳି କୋଉ ସ୍ଥିତିରେ କେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । 

ସେପଟେ କଂଗ୍ରେସର ଜଣେ ଯୁବ ନେତାଙ୍କ କହିବା ଅନୁସାରେ, କଂଗ୍ରେସ ଦଳ ଆଗକୁ ବଢୁନଥିବାରୁ ଛାତ୍ର କଂଗ୍ରେସ ମଧ୍ୟରେ ଦିନକୁ ଦିନ ଆକ୍ରୋଶର ନିଆଁ ବଢିବାରେ ଲାଗିଛି । ଏହି ଭଙ୍ଗାରୁଜା କୌଣସି ବାହାର ଲୋକ କରିନାହାଁନ୍ତି । ଯୁବ କଂଗ୍ରେସର ଏହା ଏକ ଗୋଷ୍ଟି ବିବାଦ । ଏଥିରେ କୌଣସି ବରିଷ୍ଠ ନେତାଙ୍କ ହସ୍ତକ୍ଷପ ନାହିଁ । ପିପିଲି ନିର୍ବାଚନରେ ଛାତ୍ର ସଭାପତି କି କୌଣସି ଯୁବ କଂଗ୍ରେସକୁ ଦେଖିବାକୁ ମିଳିନଥିଲା । ଯୁବ କଂଗ୍ରେରେ ଗୋଷ୍ଟି ବିବାଦ କାରଣରୁ ଏପରି ହୋଇଥାଇପାରେ ।