ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ଫାଟ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ, ନରସିଂହଙ୍କ କଥାରେ ବିଧାନସଭାରେ ରହିଲେ ଚୁପ, ଆଉ ବିଜେପି ନେଇଗଲା ମାଇଲେଜ

212

କନକ ବ୍ୟୁରୋ : ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ କଂଗ୍ରେସରେ ଭିନ୍ନ ମତ ଦେଖାଦେଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଧାନସଭାରେ ଆମେ ଚୁପ ରହିବାର କାରଣ ହେଲା ବିଧାୟକ ଦଳ ନେତା ଯାହା କହିଲେ ଆମେ ତାକୁ ମାନିନେଲୁ । ନିଶ୍ଚିତ ଭାବରେ ପରି ପ୍ରସଙ୍ଗରେ ବିଜେପି ମାଇଲେଜ ନେଇଛି ଓ ଆଗକୁ ବି ନେବ । କିନ୍ତୁ ବିଧାୟକ ଦଳ ନେତା ଯାହା କହିବେ ତାହା ଆମେ ମାନିବାକୁ ବାଧ୍ୟ ।

ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର, ସେ କହିଛନ୍ତି ଯାହା ନିଷ୍ପତି ହୋଇଛି ବିଧାୟକଙ୍କୁ ପଚାରି କରାଯାଇଛି । ସୁର ରାଉତରାୟ ବି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆଇଟି ନିର୍ଦ୍ଦେଶ ଦିଆଯାଇଥିବାରୁ ଆମେ ଓହରିଗଲୁ ।

ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ବିଧାନସଭାରେ ସରକାରଙ୍କୁ ଘେରିଥିଲା । ସେହିପରି ଏହି ପ୍ରସଙ୍ଗ ଏବେ ଦିଲ୍ଲୀରେ ମଧ୍ୟ ଉଠିଛି । ଏହି ଘଟଣାକୁ ନେଇ ବିଜେପି ନେତା ସମ୍ବିତ ପାତ୍ର ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ।