‘ନିଶ୍ୱାସ ନେଇ ପାରୁନାହିଁ ଦେଶର ଲୋକତନ୍ତ୍ର’, ଏମିତି କାହିଁକି କହିଲେ ପି ଚିଦମ୍ବରମ ପଢନ୍ତୁ …

160

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ପି ଚିଦମ୍ବରମ ପ୍ରତିକ୍ରିୟା ରଖିକହିଛନ୍ତି ସଂସଦ ନିଷ୍କ୍ରିୟ ହୋଇଯାଇଛି । ସେ କହିଛନ୍ତି ବିଭିନ୍ନ ସଂସ୍ଥାନକୁ ନିୟନ୍ତ୍ରିତ ତଥା କମଯୋର କରାଯାଉଛି । ବର୍ତ୍ତମାନ ଆମ ଦେଶରେ ଲୋକତନ୍ତ୍ର ନିଶ୍ୱାସ ନେବା ପାଇଁ ସଂଘର୍ଷ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟସଭା ସଭାପତି ଏମ ଭେଙ୍କୟା ନାୟିଡୁ ଅଧିବେଶନ ଚାଲିବା ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଲବ କରାଯାଇଥିବା ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ବଞ୍ଚାଇବା ରେ ଅସଫଳ ରହିଥିଲେ ।

ସେହିଭଳି ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀକୁ ମଧ୍ୟ ଖାରଜ କରିଛନ୍ତି । ଅମିତ ଶାହ କଂଗ୍ରେସର ମହଙ୍ଗାମାଡକୁ ନେଇ ହେଉଥିବା ପ୍ରତିବାଦକୁ ଭୁଲ କହିଥିଲେ । ରାମମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନା ଦିନ ଏଭଳି ପ୍ରଦର୍ଶନକୁ ଭୁଲ କହିଥିଲେ । ଏହାର ଜବାବରେ ଚିଦମ୍ବରମ କହିଛନ୍ତି, ଯେତେବେଳେ ପ୍ରଦର୍ଶନ ପାଇଁ ଦିନଧାର୍ଯ୍ୟ ହୋଇଥିଲା ସେତେବେଳେ ଶିଳାନ୍ୟାସର ବର୍ଷ ପୂର୍ତ୍ତିର ତାରିଖ କଥା କାହା ମୁଣ୍ଡକୁ ଆସିନଥିଲା ।