ବୁଡିଯାଉଥିବା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ : ଆସନ୍ତା ମେ ମାସରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ସୋନିଆ ଗାନ୍ଧିଙ୍କ ଘୋଷଣା

ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ପୁଣି ରାହୁଲଙ୍କୁ ମିଳିପାରେ ଦାୟିତ୍ୱ

353

କନକ ବ୍ୟୁରୋ : ବୁଡିଯାଉଥିବା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ । ଏହି ପ୍ରଶ୍ନଉତ୍ତର ଆସନ୍ତା ମେ ମାସରେ ମିଳିବାକୁ ଯାଉଛି । କାରଣ ଆସନ୍ତା ମେ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ । କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ଘୋଷଣା କରିଛନ୍ତି କଂଗ୍ରେସର ବର୍ତ୍ତମାନର ଅଧ୍ୟକ୍ଷ ସୋନିଆ ଗାନ୍ଧ । ସୋନିଆଙ୍କ ଏହି ଘୋଷଣା ପରେ ଚର୍ଚ୍ଚା ହେଉଛି ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ପୁଣି ରାହୁଲଙ୍କୁ ମିଳିପାରେ ବଡ ଦାୟିତ୍ୱ ।

କାରଣ କଂଗ୍ରେସର କମାଣ ସମ୍ଭାଳିବାକୁ ଆଉ କେହି ଯୋଗ୍ୟ ନେତା ମିଳୁ ନାହାନ୍ତି । ପୂର୍ବରୁ ମଧ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କୁ ଦାୟିତ୍ୱ ଦେବା ପାଇଁ ଅନେକ ବଡ ନେତା ଦାବି କରିଆସିଛନ୍ତି । ବିଭିନ୍ନ ନିର୍ବାଚନରେ ବାରମ୍ବାର କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳରେ ନେତୃତ୍ୱର ଅଭାବକୁ ଅନୁଭବ କରୁଛନ୍ତି ରାଜ୍ୟସ୍ତରୀୟ ସଂଗଠନ ଓ କର୍ମୀ ।