ମୋଦି କହିଥିଲେ, ଯେଉଁ ସରକାର ତୈଳ ଦର ନିୟନ୍ତ୍ରଣ କରିପାରେନି ସେ ଦେଶଦ୍ରୋହୀ, ତା’ହେଲେ ଏବେ କ’ଣ ଦେଶଦ୍ରୋହୀ ଦେଶକୁ ଶାସନ କରୁଛନ୍ତି: ନରସିଂହ
କନକ ବ୍ୟୁରୋ: ଅହେତୁକ ଭାବେ ବଢ଼ି ବଢ଼ି ଚାଲିଛି ତୈଳ ଦର । ଆଉ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ନିଶାନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା କରିଛନ୍ତି । ନରସିଂହ କହିଛନ୍ତି ଯେ, ଯେତେବେଳେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତୈଳ ଦର ବୃଦ୍ଧି ପାଇବା ମାତ୍ରେ କହୁଥିଲେ କି, ଯେଉଁ ସରକାର ତୈଳ ଦର ନିୟନ୍ତ୍ରଣ କରିପାରେନି ସେ ସରକାର ଦେଶଦ୍ରୋହୀ । ତା’ମାନେ କ’ଣ ଧରିନେବାକୁ ହେବ ଯେ, ଏବେ ଦେଶକୁ ଜଣେ ଦେଶଦ୍ରୋହୀ ଶାସନ କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ହଙ୍ଗାମା କରିଥିଲା ‘ହାତ’ । ଆଉ ବିରୋଧୀ ଦଳ, କଂଗ୍ରେସ ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ବିରୋଧ କରିବା ଆରମ୍ଭ କରିଦେଇଥିଲା । ଏପରିକି ଦଳର ସମସ୍ତ ବିଧାୟକମାନେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ନାରାବାଜି ଦେଇଥିଲେ ପରେ କକ୍ଷତ୍ୟାଗ କରିଥିଲେ କଂଗ୍ରେସର ସଦସ୍ୟବୃନ୍ଦ ।