ବିବାଦରେ କେନ୍ଦ୍ର ସରକାରଙ୍କ ନିଷ୍ପତି । ଗୀତା ପ୍ରେସ୍’କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ ଘୋଷଣାକୁ କଂଗ୍ରେସର ବିରୋଧ

191

କନକ ବ୍ୟୁରୋ: ଗାନ୍ଧୀ ଶାନ୍ତି ପୁରସ୍କାରକୁ ନେଇ ବିବାଦ ସୃଷ୍ଟି ହେଇଛି । ହିନ୍ଦୁତ୍ୱ ଉପରେ ଗୁରୁତ୍ୱ ଦେଉଥିବା ‘ଗୀତା ପ୍ରେସ୍’କୁ ପୁରସ୍କାର ପ୍ରଦାନ କରିବା ନେଇ କଂଗ୍ରେସର ବିରୋଧ କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପରୁସ୍କାର ଦେବା ଯାହା ସାବରକର ଏବଂ ଗଡସେଙ୍କୁ ପୁରସ୍କୃତ କରିବା ତାହା । ବିବାଦ ପରେ ପୁରସ୍କାର ରାଶି ଗ୍ରହଣ କରିବାକୁ ମନା କରିଛି ଗ୍ରୀତା ପ୍ରେସ୍ ପ୍ରକାଶନ । ଶହେ ବର୍ଷ ପୂର୍ତି ଉପଲକ୍ଷେ ପୁରସ୍କାର ଗୀତା ପ୍ରେସକୁ ପ୍ରଦାନ କରଯାଇଛି । ମୋଟ ଉପରେ ୪୧ ଲକ୍ଷ ୭୦ କୋଟି ବହି ପ୍ରକାଶନ କରିଛି ଗୀତା ପ୍ରେସ୍ ।

  • ବିବାଦରେ ଗାନ୍ଧୀ ଶାନ୍ତି ପୁରସ୍କାର
  • ‘ଗୀତା ପ୍ରେସ୍’କୁ ପୁରସ୍କାର ନେଇ କଂଗ୍ରେସର ବିରୋଧ

ଉତ୍ତରପ୍ରଦେଶ ଗୋରଖପୁରରେ ଥିବା ଭାରତର ଅନ୍ୟତମ ବଡ ପ୍ରକାଶନ ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପ୍ରଦାନ ଦେଇ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିରୋଧ କରିଛି କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପରୁସ୍କାର ଦେବା ଯାହା ସାବରକର ଏବଂ ଗଡସେଙ୍କୁ ପୁରସ୍କୃତ କରିବା ତାହା । ଗୀତା ପ୍ରେସର କଭର ପେଜରେ ପ୍ରକାଶ ପାଇଥିବା ଲେଖକ ଅକ୍ଷୟ ମୁକୁଲଙ୍କ ‘ଗୀତା ପ୍ରେସ୍ ଆଣ୍ଡ ଦ ମେକିଂ ଅଫ୍ ହିନ୍ଦୁ ଇଣ୍ଡିଆ’ର ଫଟୋ ସେୟାର କରି ସମାଲୋଚନା କରିଛନ୍ତି ଜୟରାମ ରମେଶ । ଲେଖକ ଅକ୍ଷୟ ମୁକୁଲଙ୍କ ସହ ମହାତ୍ମା ଗାନ୍ଧୀଙ୍କର ରାଜନୈତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟପନ୍ଥାକୁ ନେଇ ବିବାଦ ରହିଥିଲା ବୋଲି କହିଛନ୍ତି ଜୟୀରାମ ରମେଶ ।

ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପ୍ରଦାନ ନେଇ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସୂଚନା ଦେଇଥିଲେ । ଦୀର୍ଘ ଶହେ ବର୍ଷ ଧରି ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ରୂପାନ୍ତରଣରେ ଗୀତା ପ୍ରେସ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • ୪୨ କୋଟି ବହି ପ୍ରକାଶନ କରିଛି ଗ୍ରୀତା ପ୍ରେସ୍
  • ମିଳିବ କୋଟିଏ ଟଙ୍କାର ପୁରସ୍କାର ରାଶି

୧୯୨୩ ମସିହାରେ ପ୍ରତିଷ୍ଠା ହୋଥିଲା ଗୀତା ପ୍ରେସ୍ । ଏହାକୁ ୧୦୦ ବର୍ଷ ପୂର୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାନ୍ଧୀ ଶାନ୍ତି ପରୁସ୍କାର ପ୍ରଦାନ କରାଯାଉଛି । ଏଥିପାଇଁ କୋଟିଏ ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି ।

  • ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପାଇଁ ୧୯୯୫ ମସିହାରେ ଭାରତ ସରକାର ଗାନ୍ଧୀ ଶାନ୍ତି ପୁରସ୍କାର ଆରମ୍ଭ କରିଥିଲେ
  • ଜାତୀୟତା, ଭାଷା, ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ଏହି ପରୁସ୍କାର ପ୍ରଦାନ କରାଯାଇପାରିବ ବୋଲି ନିୟମ ରହିଛି
  • ପୂର୍ବରୁ ଇସ୍ରୋ, ରାମକ୍ରିଷ୍ଣ ମିଶନ ଭଳି ପ୍ରତିଷ୍ଠିତ ଅନୁଷ୍ଠାନକୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି
  • ହିନ୍ଦୁତ୍ୱ ଉପରେ ଗରୁତ୍ୱ ଦେଉଥିବା ଗୀତା ପ୍ରେସ୍ ୧୪ଟି ଭାଷାରେ ୪୧ କୋଟି ୭୦ ଲକ୍ଷ ବହି ପକ୍ରାଶନ କରିଛି
  • ଯେଉଁଥିରେ ୧୬ କୋଟି ୨୦ ଲକ୍ଷ ଶ୍ରୀମଦ ଭବଗତ ଗୀତା ବହି ରହିଛି

ଗୀତା ପ୍ରେସକୁ ପରସ୍କାର ପ୍ରଦାନ ନେଇ ବିବାଦ ଉଠିବା ପରେ ପୁରସ୍କାର ରାଶି ଗ୍ରହଣ କରିବାକୁ ମନା କରିଛି ଗୀତା ପ୍ରେସ୍ ପ୍ରକାଶନ ସଂସ୍ଥା । ଏହା ତାଙ୍କ ପାଇଁ ସମ୍ମାନର କଥା ହେଲେ କୌଣସି ଦାନ ଗ୍ରହଣ କରିବା ତାଙ୍କ ପରମ୍ପରାରେ ନାହିଁ ବୋଲି କହିଛି ଗୀତା ପ୍ରେସ୍ ।