କନକ ବ୍ୟୁରୋ: ବିବାହ ପରେ ଏବେ ଅନ୍ନ ପ୍ରାସନ୍ନ କରୁଛି କଂଗ୍ରେସ । କଂଗ୍ରେସ ଭବନ ଆଗରେ ଆଜି ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କଂଗ୍ରେସ କହୁଛି, ବିଜେଡି- ବିଜେପି ଭିତରେ ସ୍ୱାମୀ-ସ୍ତ୍ରୀ ଭଳି ସୁସମ୍ପର୍କ ସ୍ଥାପନ ହୋଇଛି । ତାଙ୍କ ସମ୍ପର୍କ ଦ୍ୱାରା ୧୦ଟି ସନ୍ତାନ ଜନ୍ମ ନେଇଛନ୍ତି । ସେ ସନ୍ତାନ ମାନେ ହେଲେ ଖଣି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନୀତି, ଦରଦାମ୍ ବୃଦ୍ଧି, ନାରୀ ନିର୍ଯାତନା, ତାମିଲ ଠିକାଦାର, ବେରୋଜଗାର, ଅସୁରକ୍ଷୀତ ମହିଳା, ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି, ଆଦିବାସୀଙ୍କ ଜମି ହଡପ । ଏହି ୧୦ଟି ସନ୍ତାନଙ୍କୁ ନେଇ ନିଆରା ଢଙ୍ଗରେ ଅନ୍ନ ପ୍ରସାନ୍ନ ଆୟୋଜିତ କରିଛି କଂଗ୍ରେସ ।

ଏହି ପ୍ରସଙ୍ଗକୁ ନେଇ ୧୦ଟି କାର୍ଟୁନ୍ ପୋଷ୍ଟର ମଧ୍ୟ ପ୍ରସ୍ତୁତ କରିଛି କଂଗ୍ରେସ । ଦିନ ଗୋଟାଏ ବେଳେ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳୀୟ ନେତାଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେବଳ ସେତିକି ନୁହେଁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସାଧାରଣ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ ମଧ୍ୟ କରାଯାଇଛି ।