କନକ ବ୍ୟୁରୋ : ଅଲିମ୍ପିକ୍ସ ଓ ହକିକୁ ନେଇ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ସୁନ୍ଦରଗଡ ଆଜି ଭିନ୍ନ କାରଣକୁ ନେଇ ପୁଣି ଚର୍ଚ୍ଚାରେ । ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ଦାବିରେ ୧୨ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହ କାଁ ଭାଁ ଗାଡି ଚଳାଚଳ କରୁଛି । ଏପରିକି ବନ୍ଦ ଯୋଗୁଁ ଏମସିଏଲର କୋଇଲା ପରିବହନ ପ୍ରଭାବିତ ହୋଇଛି ।

Advertisment

ସୁନ୍ଦରଗଡରେ ନୂଆ କରି ତିଆରି ହୋଇଥିବା ଏନଟିପିସି ମେଡିକାଲରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ସରକାର । କେନ୍ଦ୍ର ବୈଷୟିକ ଟିମ ସୁନ୍ଦରଗଡ ଏନଟିପିସି ମେଡିକାଲ କଲେଜ ବୁଲି ଭିତ୍ତିଭୂମି ତଦାରଖ କରିଥିଲେ । ହେଲେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ନାମଲେଖା ବିଜ୍ଞପ୍ତି ଜାରି କରାଯିବା ପରେ ଏଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେବନାହିଁ ବୋଲି ଜଣାପଡିଛି । ଯାହାକୁ ନେଇ ଅସନ୍ତୋଷ ବଢିଛି । ଲୋକଙ୍କ ଦାବିକୁ ସମର୍ଥନ ଜଣାଇ କଂଗ୍ରେସ ୧୨ଘଂଟିଆ ବନ୍ଦ ଡାକରା ଦେଇଛି ।