ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଖଡଗେ କହିଲେ, ସେବେର ବିଜୁ, ଏବେର ନବୀନଙ୍କ ମଧ୍ୟରେ ବହୁତ ଫରକ । ଲୋକତନ୍ତ୍ର ଓ ସମ୍ବିଧାନକୁ ବର୍ବାଦ କରୁଛନ୍ତି ମୋଦୀ

126

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ଓଡିଶା ବଞ୍ଚାଅ ଅଭିଯାନ । ଲୋୟର ପିଏମଜିରେ ଆୟୋଜିତ ସଭାରେ ଉପସ୍ଥିତ ହଜାର ହଜାର କଂଗ୍ରେସ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସଭାରେ ସେ କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ଖଡଗେ କହିଛନ୍ତି, ରାଜ୍ୟରେ ଯାହା ବିକାଶ ହୋଇଛି କଂଗ୍ରେସ ସରକାର ଅମଳରେ ହୋଇଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକ ମଧ୍ୟରେ ବହୁତ ଫରକ ରହିଛି । ଏଥିପାଇଁ ରାଜ୍ୟରେ କଂଗ୍ରେସ ବିଜେଡି-ବିଜେପିର ବାହାଘର କରିଛୁ । ଉଭୟଙ୍କ ମଧ୍ୟରେ ଲଭ ମ୍ୟାରେଜ ହୋଇଛି । ରାଜ୍ୟ ସରକାର ଓ ମୋଦି ଓଡିଶାକୁ କଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଖଡଗେ କହିଛନ୍ତି, ମୋଦି ଲୋକତନ୍ତ୍ର ଓ ସମ୍ବିଧାନକୁ ବରବାଦ କରୁଛନ୍ତି । ସିବିଆଇ ଓ ଇଡିକୁ ଲଗାଇ ହୁକୁମାତି କରୁଛି ବିଜେପି । ସିବିଆଇ ଓ ଇଡି ଡରରେ କିଏ ଦଳ ଛାଡୁଛି ତ କିଏ ମେଣ୍ଟ ଛାଡି ପଳାଉଛି । ଧନୀ ଲୋକ ବିଜେପି ଓ ବିଜେଡି ସହ ଅଛନ୍ତି, କିନ୍ତୁ କଂଗ୍ରେସ ଗରିବଙ୍କ ସହ ଅଛି ବୋଲି କହିଛନ୍ତି ଖଡଗେ ।