ଚମ୍ପାୱତ୍ ବିଧାନସଭା ଉପନିର୍ବାଚନ: କଂଗ୍ରେସ ଖେଳିଲା ମହିଳା କାର୍ଡ, ପୁଷ୍କର ସିଂହ ଧାମିଙ୍କ ବିରୋଧରେ ଲଢିବେ ନିର୍ମଳା

180

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ବିଧାନସଭା ଉପନିର୍ବାଚନରେ ରୋଚକ ସ୍ଥିତି । ଚମ୍ପାୱତ୍ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ମଇଦାନକୁ ଓହ୍ଲାଇଛି । ସେପଟେ କଂଗ୍ରେସ ଏଠି ମହିଳା କାର୍ଡ ଖେଳିଛି । ପୁଷ୍କର ସିଂ ଧାମିଙ୍କ ବିରୋଧରେ ନିର୍ମଳା ଗହତୋଡଙ୍କୁ ଦଳ ପ୍ରାର୍ଥୀ କରିଛି । ଚମ୍ପାୱତ୍ ବିଧାନସଭା ଆସନ ପାଇଁ ମାର୍ଚ୍ଚ ୩୧ରେ ମତଦାନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ପାଇଁ ଏହ ନିର୍ବାଚନ କର ବ । ମର ହୋଇଥିବା ବେଳେ ଉତ୍ତାଖଣ୍ଡର ନୂଆ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କରଣ ମାହରାଙ୍କ ପ।।ଇଁ ଏହା ସମ୍ମାନର ପ୍ରଶ୍ନ ।

ରାଜ୍ୟରେ ଅନୁଷ୍ଠିତ ଗତ ବିଧାନସଭା ନିର୍ବାଚନରେ ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପରାସ୍ତ ହୋଇଥିଲେ । ତେବେ ସେ ହାରିଥିଲେ ମଧ୍ୟ ତାଙ୍କୁ ଦ୍ୱିତୀୟ ଥର ପାଇଁ ଦଳ ମୁଖ୍ୟମନ୍ତ୍ରୀ କରିଥିଲା । ଚମ୍ପାୱତରୁ ବିଧାୟକ ଥିବା କୈଳାଶ ଗହତୋଡ ୨୧ ଏପ୍ରିଲରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଗୁରୁବାର ବିଜେପି ଏହି ଆସନ ପାଇଁ ପୁଷ୍କର ସିଂ ଧାମିଙ୍କ ନାମ ଘୋଷଣା କରିଥିଲା । କଂଗ୍ରେସରୁ ମଧ୍ୟ ସମାନ ଦିନ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ସୂଚନା ମିଳୁଥିଲେ ବି ଏହା ସମ୍ଭବ ହୋଇନଥିଲା । ଶେଷରେ ଶୁକ୍ରବାର ନିର୍ମଳା ଗହତୋଡଙ୍କ ନାରେ ହାଇକମାଣ୍ଡ ମୋହର ମାରିଛନ୍ତି ।

ରାଜ୍ୟରେ ଗତ ନିର୍ବାଚନରେ ୭୦ ଆସନରୁ ବିଜେପି ୪୭ ଆସନରେ ବିଜୟୀ ହୋଇଥିଲା । ଦ୍ୱିତୀୟ ଥର ସରକାର କରିବାରେ ଦଳ ସକ୍ଷମ ହୋଇଥିଲା । କଂଗ୍ରେସ ମାତ୍ର ୧୮ଟି ଆସନ ଜିତିପାରିଥିଲା । ନିର୍ବାଚନରେ ପରାଜୟ ପରେ ପିସିସି ସଭାପତି ଗଣେଷ ଗୋଦିୟାଲଙ୍କୁ ତାଙ୍କ ପଦରୁ ହଟାଯାଇଥିଲା । ନିକଟରେ କରଣ ମାହରାଙ୍କୁ ରାଜ୍ୟର ନୂଆ ପିସିସି ସଭାପତି କରାଯାଇଛି । ଏହି ନିର୍ବାଚନ ତାଙ୍କ ରାଜ୍ୟରେ ଦଳୀୟ ସଂଗଠନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।