ଲଦାଖ ମାଟିରୁ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କହିଲେ, ଚୀନ ଛଡାଇ ନେଇଛି ଭାରତର ଜମି, ମିଛ କହୁଛନ୍ତି ମୋଦୀ

Advertisment
ଲଦାଖ ମାଟିରୁ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କହିଲେ, ଚୀନ ଛଡାଇ ନେଇଛି ଭାରତର ଜମି, ମିଛ କହୁଛନ୍ତି ମୋଦୀ

କନକ ବ୍ୟୁରୋ: ଭାରତ-ଚୀନ ସୀମା ବିବାଦ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ବିଜେପି ସରକାରଙ୍କୁ ଟାଗେର୍ଟ କରି ନୂଆ ଅଭିଯୋଗ ଆଣିଛନ୍ତି । ରାହୁଲ କହିଛନ୍ତି ଚୀନ ଭାରତ ଅନେକ ସୀମାବର୍ତୀ ଜାଗାକୁ ମାଡିବସିଛି । ମୋଦୀ ସରକାର ଏହି କଥା ସାରା ଦେଶକୁ ଲୁଚାଇ ରଖିଛନ୍ତି । ବିରୋଧୀମାନଙ୍କୁ ମଧ୍ୟ ବିଜେପି ସରକାର ଏହି ବାବଦରେ ସତ ଲୁଚାଇଥିବା ଲଦାଖରେ କହିଛନ୍ତି କଂଗ୍ରେସ ସାଂସଦ । ରାହୁଲ କହିଛନ୍ତି ଚୀନ ଭାରତର ଜମି ଛଡାଇ ନେଇଛି । ପ୍ରଧାନମନ୍ତ୍ରୀ କହୁଛନ୍ତି ଭାରତର ଏକ ଇଂଚ ଜାଗା କେହି ନେଇପାରିବେନି କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ଅଟେ । ଲାଦଖର ପ୍ରତ୍ୟେକ ବାସିନ୍ଦା ଜାଣନ୍ତି ଚୀନ ଭାରତ ଜମି ଉପରେ କବଜା କରିଛି । ସେପଟେ ରାହୁଲଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି ରାହୁଲଙ୍କ ବୟାନ ଭିତ୍ତିହୀନ ଅଟେ । ଚୀନ ଓ ରାହୁଲଙ୍କ ନିବିଡ ସମ୍ପର୍କ ରହିଛି । ଜବାହାରଲାଲ ନେହେରୁ ଚୀନକୁ ଖୁବ ସାହାର୍ଯ୍ୟ କରିଥିଲେ ଏପରିକି ଚୀନ ସେନାକୁ ଚାଉଳ ଯୋଗାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe