କନକ ବ୍ୟୁରୋ: ଭାରତ-ଚୀନ ସୀମା ବିବାଦ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ବିଜେପି ସରକାରଙ୍କୁ ଟାଗେର୍ଟ କରି ନୂଆ ଅଭିଯୋଗ ଆଣିଛନ୍ତି । ରାହୁଲ କହିଛନ୍ତି ଚୀନ ଭାରତ ଅନେକ ସୀମାବର୍ତୀ ଜାଗାକୁ ମାଡିବସିଛି । ମୋଦୀ ସରକାର ଏହି କଥା ସାରା ଦେଶକୁ ଲୁଚାଇ ରଖିଛନ୍ତି । ବିରୋଧୀମାନଙ୍କୁ ମଧ୍ୟ ବିଜେପି ସରକାର ଏହି ବାବଦରେ ସତ ଲୁଚାଇଥିବା ଲଦାଖରେ କହିଛନ୍ତି କଂଗ୍ରେସ ସାଂସଦ । ରାହୁଲ କହିଛନ୍ତି ଚୀନ ଭାରତର ଜମି ଛଡାଇ ନେଇଛି । ପ୍ରଧାନମନ୍ତ୍ରୀ କହୁଛନ୍ତି ଭାରତର ଏକ ଇଂଚ ଜାଗା କେହି ନେଇପାରିବେନି କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ଅଟେ । ଲାଦଖର ପ୍ରତ୍ୟେକ ବାସିନ୍ଦା ଜାଣନ୍ତି ଚୀନ ଭାରତ ଜମି ଉପରେ କବଜା କରିଛି । ସେପଟେ ରାହୁଲଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି ରାହୁଲଙ୍କ ବୟାନ ଭିତ୍ତିହୀନ ଅଟେ । ଚୀନ ଓ ରାହୁଲଙ୍କ ନିବିଡ ସମ୍ପର୍କ ରହିଛି । ଜବାହାରଲାଲ ନେହେରୁ ଚୀନକୁ ଖୁବ ସାହାର୍ଯ୍ୟ କରିଥିଲେ ଏପରିକି ଚୀନ ସେନାକୁ ଚାଉଳ ଯୋଗାଇଥିଲେ ।

Advertisment