ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅଙ୍କୁ କରୋନା : କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ରିପୋର୍ଟ ପଜିଟିଭ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ।

156

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅଙ୍କୁ କରୋନା । କରୋନା ଆକ୍ରାନ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ । ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ନିଜର ପରୀକ୍ଷା କରାଇଥିଲେ। ସ୍ବାବ ନମୁନା ପରୀକ୍ଷା କରାଯିବା ପ‌ରେ ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଏ ନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟୁଇଟ୍ କରି ଜଣାଇଛନ୍ତି । କରୋନା ପଜିଟିଭ୍ ଆସିବାଥିବା ଜଣାଇଛନ୍ତି ।  ଲକ୍ଷଣ ସାମାନ୍ୟ ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ଘରୋଇ ସଙ୍ଗରୋଧରେ ଅଛନ୍ତି | ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ । 

କାର୍ତ୍ତି ଚିଦାମ୍ବରମଙ୍କ ପୂର୍ବରୁ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ କରୋନା ପାଇଁ ପଜିଟିଭ ପରୀକ୍ଷା କରିଥିଲେ । ତାଙ୍କ ମଧ୍ୟରେ କରୋନାର ଲକ୍ଷଣ ନଥିବା ସହ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ବର୍ତ୍ତମାନ ଚେନ୍ନାଇର କୌଭେରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ଖବର ମିିଳିଛି ।