ଭାରତ ଯୋଡ଼ୋ ଯାତ୍ରାରେ ଭଗବତ ଗୀତାର ତାତ୍ପର୍ଯ୍ୟ ବୁଝାଇଲେ କଂଗ୍ରେସ ସାଂସଦ। ଦଳୀୟକର୍ମୀଙ୍କୁ ଦେଲେ ସଫଳତାର ମନ୍ତ୍ର ।

182

କନକ ବ୍ୟୁରୋ: ଭାରତ ଯୋଡ଼ ଯାତ୍ରାକୁ ନେଇ ଯେତିକି ଚର୍ଚ୍ଚା । ସେତିକି ଚର୍ଚ୍ଚାରେ ରହୁଛନ୍ତି ଦଳର ସାଂସଦ ରାହୁଲ ଗାନ୍ଧୀ । ନିକଟରେ କୁରୁକ୍ଷେତ୍ରରେ ରାହୁଲ ଗାନ୍ଧୀ ଭଗବତ ଗୀତା ଉପରେ ଚର୍ଚ୍ଚା କରି ଏଭଳି କିଛି କଥା କହିଛନ୍ତି ଯାହା ବେଶ ଚର୍ଚ୍ଚା ସାଉଁଟୁଛି । ଭଗବତ ଗୀତାର ତାତ୍ପର୍ଯ୍ୟକୁ ନିଜ ଶୈଳୀରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ରାହୁଲ । କର୍ମୀଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି କର୍ମ କରିଚାଲ ଫଳର ଆଶା କରନି । ଠିକ ଯେମିତି ମହାଭାରତରେ ଅର୍ଜୁନ ନିଜ ଲକ୍ଷ୍ୟ ସାଧନ କରିବାକୁ ଯାଇ ମାଛ ଆଖିରେ ତୀର ଭେଦ କରିଥିଲେ । ଏଥିସହ ସେ କହିଛନ୍ତି ଯେ ଭାରତ ଯୋଡ ଯାତ୍ରାକୁ ବେଶ ସଫଳତା ମିଳିଛି । ଯେଉଁ ଯେଉଁ ରାଜ୍ୟ ଅତିକ୍ରମ କରିସାରିସାରିଲାଣି ସେଠାରେ ପୂର୍ଣ୍ଣ ସମର୍ଥନ, ଢେର ସାରା ଭଲପାଇବା ମିଳିଛି । ଏଥିସହ ରାହୁଲ ଦୃଢତାର ସହ କହିଛନ୍ତି ଯେ ଦକ୍ଷିଣ ଭାରତରେ ନୁହେଁ ଉତରଭାରତରେ ପୁଣି ସରକାର ଗଠନ କରିବ କଂଗ୍ରେସ ।