ପୁରୀରୁ ଲଢିପାରନ୍ତି ସତ୍ୟ ନାୟକ ! ବିରୋଧୀଙ୍କୁ ଟକ୍କର ଦେବାକୁ ସତ୍ୟ ନାୟକଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇପାରେ କଂଗ୍ରେସ

ପୁରୀରୁ ଲଢିପାରନ୍ତି ସତ୍ୟ ନାୟକ ! ବିରୋଧୀଙ୍କୁ ଟକ୍କର ଦେବାକୁ ସତ୍ୟ ନାୟକଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇପାରେ କଂଗ୍ରେସ

କନକ ବ୍ୟୁରୋ: ପୁରୀ ଲୋକସଭା ପାଇଁ ବିଜେଡି ତାର ପୁରୁଣା ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ ପୁଣି ଥରେ ଟିକେଟ୍ ଦେଇଛି। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ଏହି ଦୁଇ ନେତାଙ୍କୁ ମୁକାବିଲା କରିବା ପାଇଁ କଂଗ୍ରେସ ତାର ରାଜ୍ୟ ମୁଖପାତ୍ର ସତ୍ୟ ନାୟକଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇବାକୁ ମନସ୍ଥ କରିଛି।

publive-image

ପୁରୀ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ପଡିଛି। କଂଗ୍ରେସ ରାଜ୍ୟ ମୁଖପାତ୍ର ଶ୍ରୀ ନାୟକଙ୍କୁ ପ୍ରାର୍ଥୀ କରିବାକୁ ଦଳ ଏକ ପ୍ରକାର ଯୋଜନା କରିଛି। ଖୁବଶୀଘ୍ର ଦଳ ନାମ ଘୋଷଣା କରିବ ବୋଲି ଚର୍ଚ୍ଚା ଜୋର ଧରିଛି। ସେହିପରି ଦଳ ତଣ୍ଟିରେ କଣ୍ଟା ହୋଇଛି ପିପିଲି ଓ ପୁରୀ ବିଧାନସଭା ଆସନ। ପିପିଲିରେ ଦଳର ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଉପରେ ଦଳ ଭରସା କରିପାରୁନି। ସେଠାରେ ନିଶିକାନ୍ତ ମିଶ୍ର କିମ୍ବା ଅନ୍ୟ ଜଣକୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରାଯାଉଛି। ଏକଥା ଶୁଣି ଯୁଧିଷ୍ଠିରି ପିସିସି ଅଫିସରେ ଏକ ପ୍ରକାର ଚେତାବନୀ ଦେଇଛନ୍ତି। ତାଙ୍କୁ ପ୍ରାର୍ଥୀ କରାନଗଲେ, ସ୍ଥିତି ଅସମ୍ଭାଳ ହେବ ବୋଲି କହିଛନ୍ତି।

publive-image

ଅନ୍ୟପକ୍ଷରେ ପୁରୀ ଆସନରେ ପ୍ରାର୍ଥୀ କାହାକୁ କରାଯିବ ସେନେଇ ବିବାଦ ଛିଣ୍ଡୁନି। ଏବେ ସଂଗଠନ ସହ ନିଜର ପ୍ରଭାବ ସୃଷ୍ଟି କରିଥିବା ସୁଜିତ ମହାପାତ୍ରଙ୍କୁ ନେଇ ସହମତି ହୋଇପାରୁନାହିଁ। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡ଼ାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା ଚାଲିଛି। ଦୀର୍ଘଦିନ ଧରି ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରହିଥିବା ଶଙ୍କରଙ୍କୁ ଆଣିଲେ କର୍ମୀମାନେ ସମୂହ ଇସ୍ତଫା ଦେବେ ବୋଲି ଏକ ପ୍ରକାର ଚେତାବନୀ ଦେଇସାରିଛନ୍ତି। ଗୁରୁବାର ନାମାଙ୍କନପତ୍ର ଦାଖଲ ପାଇ ବିଜ୍ଞପ୍ତି ଜାରି ହୋଇଛି। ହେଲେ ଏ ଯାଏ ପୁରୀରେ ଦଳର ସ୍ଥିତି ସ୍ପଷ୍ଟ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe