କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା: ଜାଣନ୍ତୁ କେଉଁ ଲୋକସଭା ମଣ୍ଡଳୀରୁ କିଏ ହୋଇପାରନ୍ତି ପ୍ରାର୍ଥୀ

୭ ଲୋକସଭା ଓ ୫୦ ବିଧାନସଭାରେ ପ୍ରାର୍ଥୀ ଚୂଡାନ୍ତ

451

କନକ ବ୍ୟୁରୋ: ଲୋକସଭା ଓ ବିଧାନସଭାରେ ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀରେ କସରତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ୭ ଲୋକସଭା ଓ ୫୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିବା ଚର୍ଚ୍ଚା ହେଉଛି । ଗତକାଲି ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ କଂଗ୍ରେସ ସ୍କିନିଂ କମିଟି ବୈଠକ ବସିଥିଲା । ଖବର ଅନୁସାରେ, ନବରଙ୍ଗପୁରରୁ ପ୍ରଦୀପ ମାଝି, କଳାହାଣ୍ଡିରୁ ଭକ୍ତ ଦାସ , କୋରାପୁଟରୁ ସପ୍ତଗିରି ଉଲାକା ଓ ବ୍ରହ୍ମପୁର ଲୋକସଭା ଆସନରୁ ଭି.ଚନ୍ଦ୍ରଶେଖର ନାଇଡୁଙ୍କ ନାଁ ଏକପ୍ରକାର ଚୂଡାନ୍ତ ହୋଇଥିବା ଜଣାପଡିଛି ।

ପ୍ରାର୍ଥୀ ତାଲିକା ଶେଷ ରୂପ ଦେବା ଲାଗି ୧୬ରେ ପୁଣି ସ୍କିନିଂ କମିଟି ବୈଠକ ବସିବ । ୧୬ କିମ୍ବା ୧୭ ତାରିଖ ସକାଳେ ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ଏହି ଲୋକସଭା ଓ ଏଥି ଅନ୍ତର୍ଗତ ବିଧାନସଭା ଆସନଗୁଡିକରେ ଭୋଟଦାନ ହେବ । ତେଣୁ ଏଥିଲାଗି ପ୍ରାର୍ଥୀ ତାଲିକା ଏକପ୍ରକାର ଚୂଡାନ୍ତ ହୋଇଥିବା ଜଣାପଡିଛି । ଗତଥର ନବରଙ୍ଗପୁରରେ ପ୍ରଦୀପ ମାଝି ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । କଳାହାଣ୍ଡିରେ ମଧ୍ୟ ଭକ୍ତ ଦାସ ପରାସ୍ତ ହୋଇଥିଲେ ।