କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସ ଲୋକସଭାରେ ଆଗତ କରାଯାଇଛି। କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଏପରି ନୋଟିସ ଦେଇଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁର ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦଙ୍କ ରାହୁଲ ଗାନ୍ଧିଙ୍କ ପ୍ରତି ଜାତିକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ଅନୁରାଗ ଠାକୁରଙ୍କ ଉକ୍ତ ଜାତି ଭିତ୍ତିକ ବୟାନକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସରେ ସମର୍ଥନ କରି ଶେୟାରି କରିଥିଲେ। ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମୋଦିଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଇଛି। ସେପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅନୁରାଗ ଠାକୁର ଆକ୍ଷେପ କରିବା ପ୍ରସଙ୍ଗରେ ତେଜୁଛି ରାଜନୀତି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ବିରୋଧରେ ବିକ୍ଷୋଭକୁ ଓହ୍ଲାଇଛନ୍ତି। ଅନୁରାଗ ଠାକୁର କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଆନ୍ଦୋଳନରତ କଂଗ୍ରେସ କର୍ମୀ ମାନେ ଦାବି କରିଛନ୍ତି।
ସଂସଦରେ ଜାତି ଝଡ । ଅନୁରାଗ ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାକୁ କଂଗ୍ରେସର ବିରୋଧ । ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ସ୍ୱାଧୀକାର ଭଙ୍ଗ ନୋଟିସ
/kanak/media/post_attachments/wp-content/uploads/2024/07/38-14.jpg)