କନକ ବ୍ୟୁରୋ : ଆଜି ବିରୋଧୀ ଦଳ ନେତାଙ୍କ ଘରେ ଆଗୁଆ ବସୁଛି କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାନସଭା ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ବସିବ ଏହି ବୈଠକ । ପ୍ରତ୍ୟେକ ଥର ଅଧିବେଶନର ପୂର୍ବ ସଂଧ୍ୟାରେ ବିଧାୟକ ଦଳ ବୈଠକ ବସୁଥିବା ବେଳେ ଏଥର କିନ୍ତୁ ବେଶ ପୂର୍ବରୁ ବସୁଛି ଏହି ବୈଠକ । ତାହା ପୁଣି ନରସିଂହଙ୍କ ଘରେ ।ତେବେ ଏହି ବୈଠକରେ ବିଧାନସଭା ପାଇଁ ରଣନୀତି ତିଆରି ହେବ ନା ବିଧାୟକ ମାନେ ପୂର୍ବରୁ ଦାବି କରୁଥିବା ନେତୃତ୍ୱ ପରିବର୍ତନ ପାଇଁ ପୁଣି ଥରେ ବ୍ଲୁପ୍ରିଂଟ ପ୍ରସ୍ତୁତ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

publive-imageଦୁଇ ଦିନ ପୂର୍ବରୁ ଦଳର ଶୃଙ୍ଖଳା କମୀଟି ଅଧ୍ୟକ୍ଷା ସଂଧ୍ୟା ମହାପାତ୍ରଙ୍କ ପିସିସି ସଭାପତିଙ୍କ ଉପରେ ବୟାନକୁ ନେଇ ଦଳରେ ଝଡ ସୃଷ୍ଟି ହୋଇଥିବା ବେଳେ ଏପଟେ ଅଦିନିଆ କଂଗ୍ରେସ ବିଧାୟକ ଦଳ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଦୀର୍ଘ ଦିନ ହେବ ପିସିସି ପରିବର୍ତନ ନେଇ ସଭାପତି ଓ ବିଧାୟକ ଦଳ ଭିତରେ ବିବାଦ ଲାଗି ରହିଥିବାରୁ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି କୁହାଯାଉଛି ।

ଆଜି ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ କନକ ନ୍ୟୁଜକୁ ବିସ୍ଫୋରକ ବୟାନ ଦେଇଛନ୍ତି ସୁନ୍ଦରଗଡ କଂଗ୍ରେସ ବିଧାୟକ ଯୋଗେଶ ସିଂ । କହିଛନ୍ତି ପ୍ରସାଦଙ୍କ ନେତୃତ୍ୱରେ ସେ ନିର୍ବାଚନ ଲଢ଼ିବେ ନାହିଁ । ଅନ୍ୟ ବିଧାୟକମାନେ କଂଗ୍ରେସରେ ରହିବେ କି ନାହିଁ ସମୟ କହିବ । ତାତ୍ସଲ୍ୟ କରି କହିଛନ୍ତି ବିଜେପୁରରେ କଂଗ୍ରେସର ପରାଜୟ ପାଇଁ ପ୍ରସାଦଙ୍କୁ ପୁରସ୍କାର ଦେବା ଦରକାର । କଂଗ୍ରେସ ରାଜନୀତିରେ ପିସିସି ସଭାପତି ପଦବୀ ନେଇ ଛକାପଂଝା ଲାଗି ରହିଛି । ଯଦି ହାଇକମାଣ୍ଡ ବିଧାୟକଙ୍କ ଦାବିକୁ ଅଣଦେଖା କରନ୍ତି ତେବେ ବିଧାୟକଙ୍କ ଅଗାମୀ ପଦକ୍ଷେପ କଣ ହେବ ତାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।