ବଳବତ୍ତର ରହିବ ଯୋଗେଶଙ୍କ ବିଧାୟକ ପଦ । ଜାନୁଆରୀ ତୃତୀୟ ସପ୍ତାହରେ ସୁପ୍ରିମ କୋର୍ଟରେ ହେବ ପରବର୍ତୀ ଶୁଣାଣି

Advertisment
ବଳବତ୍ତର ରହିବ ଯୋଗେଶଙ୍କ ବିଧାୟକ ପଦ । ଜାନୁଆରୀ ତୃତୀୟ ସପ୍ତାହରେ ସୁପ୍ରିମ କୋର୍ଟରେ ହେବ ପରବର୍ତୀ ଶୁଣାଣି

କନକ ବ୍ୟୁରୋ :ସୁନ୍ଦରଗଡ଼ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ ମାମଲାର ଚୁଡ଼ାନ୍ତ ଶୁଣାଣି ଜାନୁଆରି ତୃତୀୟ ସପ୍ତାହରେ ହବ। ଆଜି ସୁପ୍ରିମକୋର୍ଟର ବିଚାରପତି ଏକେ ସିକରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ଯୋଗେଶ ସିଂହଙ୍କ ବିରୋଧରେ ଆସିଥିବା ଜାତିଗତ ପ୍ରମାଣ ପତ୍ର ଅଭିେଯାଗ ମାମଲାର ଶୁଣାଣି ହୋଇଥିଲା। ତେବେ ଏହି ଅଭିଯୋଗର ପ୍ରତିଜବାବ ଦେବାପାଇଁ ଯୋଗେଶଙ୍କୁ ଖଣ୍ଡପୀଠ ସମୟ ଦେଇଥିଲେ।

publive-imageଅଭିେଯାଗକାରୀଙ୍କ ଓକିଲମାନଙ୍କ ଦ୍ବାରା ମାମଲାର ତ୍ବରିତ ଶୁଣାଣି ପାଇଁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଖଣ୍ଡପୀଠ ମାମଲାର ଶୁଣାଣି ଜାନୁଆରି ତୃତୀୟ ସପ୍ତାହରେ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଚଳିତବର୍ଷ ଜାନୁଆରି ୩୦ ତାରିଖରେ ହାଇକୋର୍ଟ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ଏହାପରେ ଯୋଗେଶ ସିଂହ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାପରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe