କଂଗ୍ରେସ ବିଧାୟକଙ୍କ ଟାର୍ଗେଟରେ ପ୍ରସାଦ ! ପିସିସି ସାଂଗଠନିକ ନିର୍ବାଚନକୁ ନେଇ ରିଟଣ୍ଣିଂ ଅଫିସରଙ୍କୁ ଭେଟିଲେ ବିଧାୟକ

22

କନକ ବ୍ୟୁରୋ : କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । ରାଜ୍ୟରେ କଂଗ୍ରେସ ବିବାଦ ଛିଡିବା ବଦଳରେ ଦିନକୁ ଦିନ ବଢୁଛି । ପ୍ରସାଦଙ୍କ ବିରୋଧରେ ପୁଣିଥରେ ମେଳି କଲେ ବିଧାୟକ ଗୋଷ୍ଠୀ । ପୂର୍ବରୁ ପିସିସି ଚୌକିକୁ ନେଇ ଏକାଠି ହୋଇଥିବା ବିଧାୟକ ଦଳ ଏବେ ପିସିସି ସାଂଗଠନିକ ନିର୍ବାଚନକୁ ନେଇ ପ୍ରସାଦଙ୍କୁ ଟାର୍ଗେଟ କରିଛନ୍ତି । ପିିସିସିର ସାଂଗଠାନିକ ନିର୍ବାଚନ ଠିକ ରୂପରେ କରାଯାଇନାହିଁ ବୋଲି ଅଭିଯୋଗ କରି ପୁଣି ଏକାଠି ହୋଇଛନ୍ତି ବିଧାୟକ ଦଳ । ସଭାପତି ପ୍ରସାଦ ହରିଚନ୍ଦନ ନିଜ ପତିଆରା ଜାହିର କରିବା ପାଇଁ କଂଗ୍ରେସର ପାରମ୍ପରିକ ନୀତିନିୟମକୁ ଉଂଲଘନ କରିଥିବା ଅଭିଯୋଗ ହୋଇଛି ।

ଏନେଇ କଂଗ୍ରେସ ରାଜନୀତି ପୁଣି ଥରେ ସରଗରମ ହୋଇଛି । ଗତକାଲି ପିସିସି ବୈଠକରେ ଏନେଇ ଅସନ୍ତୁଷ୍ଟ ନେତା ମାନେ ପ୍ରଦେଶ ରିଟର୍ଣ୍ଣିଂ ଅଫିସର ସୌମେନ ମିତ୍ରଙ୍କୁ ଅବଗତ କରାଇଛନ୍ତି । ପିସିସି ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ମଧ୍ୟ ଅସନ୍ତୁଷ୍ଟ ନେତାମାନେ ବୈଠକ କରିଥିଲେ । ସମସ୍ତ ବିଧାୟକ,ଏପରିକି ବିରୋଧୀ ଦଳ ନେତାଙ୍କୁ ମଧ୍ୟ ପିସିସି ସଭ୍ୟ ଚୟନରେ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ଆସିଛି ।