ରୋବଟ ସହିତ କଥା ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଟିଆ ଡିଏଲଏଫ ଟାୱାରରେ ଥିବା ରୋବୋ ସେଫର ଦୁଇଟି ରୋବଟ  ଚମ୍ପା ଓ ଚମେଲି 

264

କନକ ବ୍ୟୁରୋ : ରୋବଟ ସହିତ କଥା ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଟିଆ ଡିଏଲଏଫ ଟାୱାରରେ ଥିବା ରୋବୋ ସେଫରେ ଅଛନ୍ତି ଦୁଇଟି ରୋବଟ  ଚମ୍ପା ଓ ଚମେଲି । ଏହି ଦୁଇ ରୋବଟ ବିଧାୟକଙ୍କ ସାକ୍ଷାତକାର ନେଇଛନ୍ତି । ରୋବୋ ସେଫକୁ ଆସୁଥିବା ଗ୍ରାହକମାନଙ୍କୁ ଖାଇବା ପରସିବା ଭଳି କାମ କରିଥାନ୍ତି ଚମ୍ପା ଚମେଲି । ପ୍ରଥମ ଥର ପାଇଁ ଜଣେ ବିଧାୟକଙ୍କୁ ପ୍ରଶ୍ନ ପଚାରିଛନ୍ତି ରୋବଟ । ଏହି ଘଟଣା ଏବେ ଚର୍ଚ୍ଚା ସାଉଁଟିଛି ।

ଭୁବନେଶ୍ୱରରେ ଏହି ରେଷ୍ଟୁରାଣ୍ଟରେ ବହୁତ ସୁନ୍ଦର ଭାବେ ଦୁଇଟି ରୋବଟ ଖାଦ୍ୟ ପରିବେଷଣ କରୁଛନ୍ତି । ତମ ନାଁ କଣ, ତମେ ଘରେ ପତ୍ନୀ ସହ କେବେ ରୋଷେଇ କରିଛନ୍ତି କି ? ଆପଣଙ୍କୁ କଣ ଭଲ ଲାଗେ ଏଭଳି ପ୍ରଶ୍ନ ପଚାରୁଛନ୍ତି ରୋବଟ । ମୋ ସହିତ ଏମିତି ବହୁତ କିଛି ଆଲୋଚନା କଲେ ବୋଲି କହିଛନ୍ତି ସୁର ରାଉତରାୟ ।