ପିପିଲି ପାଇଁ ପ୍ରାର୍ଥୀ ପାଉନି କି କଂଗ୍ରେସ? ପ୍ରାର୍ଥୀ ଚୟନରେ ବିଳମ୍ବ ନେଇ ସୁରଙ୍କ କଟାକ୍ଷ । କହିଲେ, ଜ୍ଞାନ ଧନ ଓ ମାନ ଥିବା ଲୋକଙ୍କୁ ମାପଚୁପ କରୁଛି ଦଳ । 

272
କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଛିଣ୍ଡୁନି କଂଗ୍ରେସର ଅଙ୍କ । ଏବେ ବି ପ୍ରାର୍ଥୀ ଖୋଜୁଛି କଂଗ୍ରେସ । ପ୍ରାର୍ଥୀ ଚୟନରେ ବିଳମ୍ବ ନେଇ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ କଟାକ୍ଷ । ସେ କହିଛନ୍ତି ପ୍ରାର୍ଥୀ ଚୟନରେ ଏତେ ବିଳମ୍ବ ହେବାକଥା ନୁହେଁ । ଏପରିକି କଟାକ୍ଷ କରି କହିଛନ୍ତି ଭଲ ପ୍ରାର୍ଥୀ ଦେବାପାଇଁ ଦଳ ସବୁ ପ୍ରକାର ମାପ ଚୁପ କରୁଛି । ଜ୍ଞାନ, ଧନ ଓ ମାନ ଥିବା ଲୋକଙ୍କୁ ଦଳ ବାଛୁଛି । କମିଟି ବହୁ ପୂର୍ବରୁ ଆଶାୟୀଙ୍କ ନାଁ ଦେଇସାରିଛି । ତେଣୁ ପ୍ରାର୍ଥୀ ଚୂଡାନ୍ତ କରିବାରେ ବିଳମ୍ବ ହେବା ଉଚିତ ନୁହେଁ ବୋଲି ସୁର କହିଛନ୍ତି ।
ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ସେହିପରି ବିଜେଡି ମଧ୍ୟ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ନାଁକୁ ଚୂଡାନ୍ତ କରିସାରିଛି । ହେଲେ ଏପର୍ଯ୍ୟନ୍ତ ପ୍ରାର୍ଥୀ ସ୍ଥିର କରିପାରି ନାହିଁ କଂଗ୍ରେସ । ଏହାକୁ କଟାକ୍ଷ କରିଛନ୍ତି ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ ।