ମଧ୍ୟପ୍ରଦେଶ ରାଜନୀତିରେ ଆସିପାରେ ମହାମୋଡ । ନୂଆ ଦଳ ଗଠନ କରିପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଧାୟକ ଦେଲେ ସଂକେତ?

1,066

କନକ ବ୍ୟୁରୋ : ଖୁବଶୀଘ୍ର ମଧ୍ୟପ୍ରଦେଶ ରାଜନୀତିରେ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିପାରେ । ମଧ୍ୟପ୍ରଦେଶ କଂଗ୍ରେସର ବଡ ନେତାଙ୍କ ମଧ୍ୟରୁ ଜଣେ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆ ଦଳ ଗଢିପାରନ୍ତି । ଏଭଳି ଦାବି କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅତି ନିକଟତମ ବିଧାୟକ ସୁରେଶ ରଥଖେଡା ।

ସୁରେଶଙ୍କ କହିବା ଅନୁଯାୟୀ ନା ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡିବେ ନା ଅନ୍ୟ ଦଳରେ ସାମିଲ ହେବେ । କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ଏକ ଦଳ ଗଢିପାରନ୍ତି । ମଧ୍ୟପ୍ରଦେଶ ରାଜନୀତିରେ ତାଙ୍କର ଯଥେଷ୍ଟ ପ୍ରଭାବ ରହିଛି । ତେବେ ମହାରାଜ (ଜ୍ୟୋତିରାଦିତ୍ୟ ସିନ୍ଧିଆ) ନୂଆ ଦଳ ଗଢିଲେ ମୁଁ ପ୍ରଥମେ ସାମିଲ ହେବି ବୋଲି କହିଛନ୍ତି ସୁରେଶ । କାରଣ ଦଳ ତୁଳନାେରେ ମହାରାଜ ମୋ ପାଇଁ ସର୍ବପ୍ରଥମ ।

ଏହାପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ଟ୍ୱିଟର ଆକାଉଣ୍ଟରୁ କଂଗ୍ରେସର ପୂର୍ବତନ ସାଂସଦ ହଟାଇ ଲୋକସେବକ ବୋଲି ଲେଖିଥିଲେ । ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା ଯେ, ଜ୍ୟୋତିରାଦିତ୍ୟ ଖୁବଶୀଘ୍ର କଂଗ୍ରେସ ଛାଡି ଅନ୍ୟ ଦଳରେ ଯୋଗ ଦେଇପାରନ୍ତି । ଏହାଛଡା ଜ୍ୟୋତିରାଦିତ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଏକ ଭିନ୍ନ ସଂକେତ ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ ଜ୍ୟୋତିରାଦିତ୍ୟ । ମଧ୍ୟପ୍ରଦେଶରେ କମଲନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଜ୍ୟୋତିରାଦିତ୍ୟଙ୍କ ଶିବିରରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଥିଲା । ଯାହା ଏଯାଏଁ ଜାରି ରହିଛି ।