କନକ ବ୍ୟୁରୋ : ଗୋଟିଏ ଦିନ ଆଗରୁ ବିଧାନସଭା ସରିବାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୮ଦିନିଆ ବିଧାନସଭା ଅଧିବେଶନରେ ହଜାର ହଜାର ଲୋକ ରାଜରାସ୍ତାରେ ଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ବିରୋଧୀ ଦଳ ତାଙ୍କ ସମସ୍ୟା ଗୃହରେ ଉଠାଇ ସରକାରଙ୍କୁ ଦାବି ପୂରଣ ପାଇଁ ବାଧ୍ୟ କରିବେ ବୋଲି ଆଶା ଥିଲା କିନ୍ତୁ ତାହା ହେଲା ନାହିଁ । ବିଜେପି ଓ ବିଜେଡି ମିଶି ଗୃହକୁ ଚଳାଇ ଦେଲେ ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର । ଗୃହ ଚଳାଇବା ଇଚ୍ଛା ନାହିଁ ତେଣୁ ଗୃହକୁ ବନ୍ଦ କରିଦେଲେ । ଏବଂ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ଅତିରିକ୍ତ ବଜେଟ କାହିଁକି ଆଣୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।