କଂଗ୍ରେସ ବିଧାୟକଙ୍କ ପ୍ରସ୍ତାବ ନେଇ ବଢିଲା ଚର୍ଚ୍ଚା । କୋଶଳୀ ଭାଷାରେ ଅଭିଭାଷଣ ରଖିବାକୁ ଦେଲେ ପ୍ରସ୍ତାବ ।

142

କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ । ଏହି ସମୟରେ ବିଧାନସଭାରେ କୋଶଳୀ ଭାଷାରେ ନିଜର ଅଭିଭାଷଣ ରଖିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଓଲିଉଡ କଳାକାରଙ୍କ କଳିରୁ ତେଜିଥିବା କୋଶଳ ରାଜ୍ୟ ଦାବି ବେଳେ ନରସିଂହ ମିଶ୍ର ଏଭଳି ଏକ ପ୍ରସ୍ତାବ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ନରସିଂହଙ୍କ ପ୍ରସ୍ତାବର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବିଧାନସଭା ଅନୁମୋଦନ ପାଇଥିବା ଭାଷାରେ ଜଣେ ବିଧାୟକ ଗୃହରେ ନିଜ ମତାମତ ରଖିପାରିବେ । ଏହା ନିୟମରେ ମଧ୍ୟ ଅଛି । ସେପଟେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ଷ୍ଟେନୋ ଗ୍ରାଫର ନଥିବାରୁ ଏହି ବ୍ୟବସ୍ଥା ସମ୍ଭବ ନୁହେଁ । ଆଗାମୀ ଦିନରେ ଏ ବାବଦରେ ବ୍ୟବସ୍ଥା କରାଯିବ । କାରଣ ଦସ୍ୟଙ୍କ ବିବୃତି ଯଦି ରେକର୍ଡ ନରହିବ ତାହେଲେ ଏହା ଫଳପ୍ରଦ ହେବନି ବୋଲି ବାଚସ୍ପତି କହିଛନ୍ତି ।