କନକ ବ୍ୟୁରୋ : ରାଜସ୍ଥାନର ଯୋଧପୁର ଠାରେ ଥିବା ରାତାନାଡା ଥାନା ପୁଣି ଚର୍ଚ୍ଚାକୁ ଆସିଛି । ଭଣଜାକୁ ଛାଡିବାକୁ ଦାବି କରି ଥାନା ଆଗରେ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟିକା । ରାଜସ୍ଥାନ ସେରଗଡ ବିଧାୟିକା ମୀନା କମ୍ବର ନିଜ ଭଣାଜା ଛାଡିଦେବାକୁ ଜିଦ୍ କରି ଥାନା ଆଗରେ ଧାରଣାରେ ବସିଛନ୍ତି । ମୀନା କୁମ୍ବରଙ୍କ ଭଣାଜାକୁ ନିଶା ସେବନ କରି ଗାଡି ଚଳାଇବା ଅପରାଧରେ ପୋଲିସ ଗିରଫ କରି ଥାନାରେ ଅଟକ ରଖିଛି ।
ମାମଲାର ସୂଚନା ମୁତାବକ ଶେରଗଡ ବିଧାୟିକା ମୀନା କମ୍ବରଙ୍କ ଭଣଜା ଗତକାଲି ରାତିରେ ନିଶା ସେବନ କରି ଗାଡି ଚଳାଉଥିଲେ । ପୋଲିସ ତାଙ୍କୁ ଏନେଇ ଗିରଫ କରି ଥାନାକୁ ଆଣିଥିଲା । ଏହି ଖବର ମୀନା କମ୍ବର ପାଇବା ପରେ ସେ ଓ ତାଙ୍କ ପତି ଓମ୍ମେଦ ସିଂ (ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ) ଥାନାକୁ ଫୋନ କରି ଭଣଜାକୁ ଛାଡିଦେବାକୁ କହିଥିଲେ । ହେଲେ ପୋଲିସ ତାଙ୍କ କଥା ନଶୁଣିବାରୁ ଉଭୟ ବିଧାୟିକା ଓ ତାଙ୍କ ପତି ଥାନାରେ ପହଂଚି ପୋଲିସ ସହିତ ହଟ୍ଟଗୋଳ କରିଥିଲେ । ଏନେଇ ବିଧାୟିକା କହିଛନ୍ତି କି “ମୋ ଭଣଜା ଏକ ଛୋଟ ପିଲା, ସାଂଗ ମେଳରେ ଅଳ୍ପ କିଛି ମଦ ପିଇଦେଇଥିଲା, ଏହାକୁ ନେଇ ଏତେ ହୋ ହାଲ୍ଲା କରିବାର ଆବଶ୍ୟକତା ନାହିଁ ” ବିଧାୟିକାଙ୍କର ଏଭଳି ବୟାନର ଭିଡିଓ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି ।
ହେଲେ ବିଧାୟିକାଙ୍କ କଥା ପୋଲିସ ନଶୁଣିବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଥାନା ଆଗରେ ଧାରଣାରେ ବସିଛନ୍ତି । ସେପଟେ ଡିସିପିଙ୍କ ନିର୍ଦ୍ଦେଶ ପରେ ପୋଲିସ ମୀନା କୁମ୍ବରଙ୍କ ଭଣଜାର ଗାଡିଟି ଛାଡି ଦେଇଛି । ହେଲେ ଥାନାର କୌଣସି ଅଧିକାରୀ ଏହି ମାମଲାରେ କିଛି ବୟାନ ଦେବାକୁ ରାଜି ହୋଇ ନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/shergarh_mla_meena_kanwar_6059872_835x547-m.jpg)