ଭୋଟ ଦେଲେ ହେଭିୱେଟ୍ ନେତା: ନୂଆପଡାରେ ମତଦାନ କଲେ ବସନ୍ତ ପଣ୍ଡା, ଭବାନୀ ପାଟଣାରେ ପୁଅ ଓ ପରବାର ସହ ଭୋଟ୍ ଦେଲେ ଭକ୍ତ ଦାସ

Advertisment
ଭୋଟ ଦେଲେ ହେଭିୱେଟ୍ ନେତା: ନୂଆପଡାରେ ମତଦାନ କଲେ ବସନ୍ତ ପଣ୍ଡା, ଭବାନୀ ପାଟଣାରେ ପୁଅ ଓ ପରବାର ସହ ଭୋଟ୍ ଦେଲେ ଭକ୍ତ ଦାସ

କନକ ବ୍ୟୁରୋ: ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବସନ୍ତ ପଣ୍ଡା ସପରିବାର ଧରି ମତଦାନ କେନ୍ଦ୍ରକୁ ଆସି ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ୍ ଦେଇଛନ୍ତି । ସେହିପରି ଭବାନୀପାଟଣାରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭକ୍ତ ଚରଣ ଦାସ ମଧ୍ୟ ନିଜ ପୁଅ ଏବଂ ପତ୍ନୀଙ୍କ ସହ ଆସି ଭୋଟ୍ ଦେଇଛନ୍ତି। ସେହିଭଳି ଅନେକ ତୁଙ୍ଗ ନେତାମାନେ ଆସି ମତଦାନ କରିଛନ୍ତି ।

publive-image

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ମତଦାନ ଶାନ୍ତିପୂର୍ଣ୍ଣ ରହିଛି। ଖରା ହେଉଥିବାରୁ ବହୁ ଭୋଟର ସକାଳୁ ସକାଳୁ ଭୋଟଦାନ ଶେଷ କରିବା ଲାଗି ନିଜ ନିଜ ବୁଥରେ ଧାଡ଼ି ବାନ୍ଧିଛନ୍ତି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି।

publive-image

ଅନ୍ୟପକ୍ଷରେ, ଭୋଟ ଦାନ ଚାଲିଥିବା ବେଳେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜ୍ୟର କେତେକ ନିର୍ବାଚନ ମଣ୍ଡଳୀର କେତୋଟି ବୁଥରେ ମତଦାନ ବିଳମ୍ବିତ ହୋଇଛି। କୋରାପୁଟ ଜିଲ୍ଲା ଜୟପୁରର ପାରାବେଡା ହାଇସ୍କୁଲରେ ହୋଇଥିବା ତିନୋଟି ବୁଥ୍ ମଧ୍ୟରୁ ୧୬୨ ନମ୍ବର ବୁଥରେ ଲାଗିଥିବା ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି, ଯାହାଫଳରେ ମତଦାନରେ ପାଖାପାଖି ୪୫ ମିନିଟ ବିଳମ୍ବ ହୋଇଥିବା ଜଣାପଡ଼ିଛି। କୋଟପାଡ଼ ନିର୍ବାଚନ ମଣ୍ଡଳୀରେ ୨ରୁ ୩ ଟି ବୁଥରେ ମଧ୍ୟ ଇଭଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ସେହିପରି ମାଲକାନଗିରିର ପାଖାପାଖି ୩୦ରୁ ଅଧିକ ମତଦାନ କେନ୍ଦ୍ରରେ ଇଭିଏମ ମେସିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ ବିଳମ୍ବ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe