କନକ ବ୍ୟୁରୋ : ବିଦ୍ରୋହୀଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କଡା ଚେତାବନୀ । କାନକୁହା କଥା ଶୁଣିବନି ଓ କିଏ କଣ କଲା ସେ କଥା କହିବନି ବୋଲି ଚେତାବନୀ ଦେଇଛନ୍ତି ନୂଆ ପିସିସି ସଭାପତି । ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି . ଦୁଇ ଦିନିଆ ରାଜ୍ୟ କଂଗ୍ରେସ ନବ ସଂକଳ୍ପ ଶିବିର । ଏଥିରେ ଓଡିଶା ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାରଙ୍କ ସମେତ ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ ଓ ଅନ୍ୟାନ୍ୟ ନେତା ଯୋଗଦେଇଛନ୍ତି ।

Advertisment

ଆଜିର ବୈଠକରେ କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନରେ ଯେଉଁମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନେ ଯୋଗଦେଇଛନ୍ତି । ସେମାନଙ୍କ ସହ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ଏଆଇସିସି କର୍ମକର୍ତ୍ତା, ପୂର୍ବତନ କର୍ମକର୍ତ୍ତା, ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି ବି ଆସିଛନ୍ତି । ସେହିପରି ଆସନ୍ତାକାଲି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସମ୍ପାଦକ, ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ ଓ ନଗର କଂଗ୍ରେସ ସଭାପତି ଯୋଗ ଦେବେ ।