ଆଦିବାସୀ ବହୁଳ ଅଞ୍ଚଳକୁ ଯିବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଖୁବଶୀଘ୍ର ରାୟଗଡାରେ କଂଗ୍ରେସର ବିଶାଳ ଆଦିବାସୀ ସମାବେଶ

110

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀଙ୍କ ସମସ୍ୟା ଓ ପ୍ରସଙ୍ଗକୁ ଅସ୍ତ୍ର କରି ଆଦିବାସୀ ବହୁଳ ଅଞ୍ଚଳକୁ ଯିବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଏହି କ୍ରମରେ ଖୁବଶୀଘ୍ର କଂଗ୍ରେସ ରାୟଗଡାରେ ବିଶାଳ ଆଦିବାସୀ ସମାବେଶ କରିବାକୁ ଯାଉଛି । ପିସିସି ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଓଡିଶା ଆସିବାକୁ ଅନୁରୋଧ କରାଯିବ । ରାଜ୍ୟ ସରକାର ଅନେକ ଆଦିବାସୀ ବିରୋଧୀ କାର୍ଯ୍ୟ କରିଛନ୍ତି । ସରକାର ପଲ୍ଲା ସଭା କରୁନାହାନ୍ତି କିନ୍ତୁ ପଲ୍ଲୀସଭା କରୁଥିବା କହୁଛନ୍ତି । ଆଦିବାସୀଙ୍କୁ ଅଧିକାର ଓ ନ୍ୟାୟ ଦେବା ଚାହୁଁ ନାହାନ୍ତି, ତେଣୁ ପେସା ନିୟମ ଲାଗୁ କରାଯାଉ ନାହିଁ । ଓଡିଶାର ପଡୋଶୀ ରାଜ୍ୟ ଗୁଡିକ ଲାଗୁ କରୁଛନ୍ତି ହେଲେ ବିଜେଡି ସରକାର କରୁ ନାହାନ୍ତି । ପେସା ଆଇନ ରାଜ୍ୟରେ ଲାଗୁ କରାନଯାଇ ଖଣି ଖାଦାନକୁ ଦିଆଗଲେ ସମସ୍ତ ଜାଗାରେ ବିରୋଧ କରାଯିବ ବୋଲି କଂଗ୍ରେସ ଚେତେଇ ଦେଇଛି ।