କନକ ବ୍ୟୁରୋ: କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଏନଆରସି ଓ ଏନପିଆରକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଘେରାଉ କରିଛନ୍ତି । କହିଛନ୍ତି ଦେଶରେ ଯେଉଁ ନାଟକ ଚାଲିଛି, ତାହା ନୋଟବନ୍ଦୀ ନମ୍ବର ଟୁ । ଏବେ ଲୋକଙ୍କୁ ଭାରତୀୟ ନାଗରିକ ବୋଲି ପ୍ରମାଣ ଦେବାକୁ ପଡିବ । ହେଲେ ପ୍ରଧାନମନ୍ତ୍ରୀଙ୍କ ୧୫ଜଣ ବନ୍ଧୁଙ୍କୁ କୌଣସି ଦସ୍ତାବିଜ ଦରକାର ପଡିବ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଆଜି ନୂଆ ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରିବା ସହ ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ ରାଲି ଦେଶବ୍ୟାପୀ ଆୟୋଜନ କରୁଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏକେ ଆଂଟୋନି, ଆନନ୍ଦ ଶର୍ମା ପ୍ରଭୃତି ସାମିଲ ହୋଇଥିଲେ ।

Advertisment

publive-image

ଏପଟେ ଭୁବନେଶ୍ୱର ରାଜ୍ୟ କଂଗ୍ରେସ ଭବନ ପରିସରରେ ବି ପାଳିତ ହୋଇଛି କଂଗ୍ରେସର ପ୍ରତିଷ୍ଠା ଦିବସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହି କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି । ଏହି ଅବସରରେ ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ ରାଲି ବାହାରିବ । ଏହି ରାଲି କଂଗ୍ରେସ ଭବନରୁ ବାହାରି ରାଜଭବନକୁ ଯିବ । ଏଥିରେ ଏକ ୩୩ ଜଣିଆ କଂଗ୍ରେସର ପ୍ରତିନିଧି ଦଳ ନାଗରିକତା ଆଇନ୍ ଏବଂ ଏନଆରସି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ।