କନକ ବ୍ୟୁରୋ : ରାଜସ୍ଥାନରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତରଫରୁ ଘୋଷଣାପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, କଂଗ୍ରେସ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧବା, କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି । ପୁଣି କ୍ଷମତା ହାତେଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ରାଜ୍ୟବାସୀଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି । ତେବେ ଆସନ୍ତୁ ଜାଣିବା କଂଗ୍ରେସ ତାର ଘୋଷଣାପତ୍ରରେ କ’ଣ ପ୍ରତିଶ୍ରୁତି ଦେଇଛି ।
- କ୍ଷମତାକୁ ଆସିଲେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା
- ସ୍ୱାସ୍ଥ୍ୟବୀମା ୨୫ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି
- ବ୍ୟବସାୟ ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
- ଖନନ ଶ୍ରମିକଙ୍କୁ ବିନା ସୁଧରେ ଋଣ
- ରାଜ୍ୟ ପ୍ରଶାସନର ନୂଆ ମଡେଲ ପ୍ରସ୍ତୁତ
- ପଞ୍ଚାୟତ ସ୍ତରରେ ନୂତନ ନିଯୁକ୍ତି
- ପଞ୍ଚାୟତ ସମିତି ସ୍ତରରେ ନୂତନ ସେବା କ୍ୟାଡର ଗଠନ ପାଇଁ ପ୍ରତିଶ୍ରୁତି
- କୃଷକଙ୍କୁ ୨ ପ୍ରତିଶତ ସୁଧରେ ଋଣ ପ୍ରଦାନ
- ପ୍ରତିବର୍ଷ ପରିବାରର ମହିଳା ମୁଖ୍ୟଙ୍କୁ ୧୦ ହଜାର ଟଙ୍କା ସହାୟତା
- ପ୍ରତି ପରିବାରର ୨ଟି ପଶୁଙ୍କୁ ବୀମାଭୂକ୍ତ କରିବା
- କିଲୋ ପ୍ରତି ୨ଟଙ୍କାରେ ଗୋବର କିଣାଯିବ
- କଲେଜରେ ପଢୁଥିବା ଛାତ୍ରୀମାନଙ୍କୁ ମାଗଣା ଲାପଟପ୍
ସୂଚନା ଥାଉକି ରାଜସ୍ଥାନରେ ନଭେମ୍ବର ୨୩ ତାରିଖକୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜସ୍ଥାନରେ ଏବେ କଂଗ୍ରେସର ସରକାର ରହିଛି ଓ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ଅଛନ୍ତି ।