କନକ ବ୍ୟୁରୋ: ବେକାରୀ ସମସ୍ୟାକୁ ନେଇ ରାଜ୍ୟ ଓ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବେକାରୀ ସମସ୍ୟାକୁ ଦୃଷ୍ଟିରେ ରଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯୁବ ନ୍ୟାୟ ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତିି । ଗତ ୭ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଯୁବ ନ୍ୟାୟ ଗ୍ୟାରେଣ୍ଟି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଶୁନିଶ୍ଚିତ ନିଯୁକ୍ତି, ପ୍ରଶ୍ନପତ୍ର ପ୍ରଘଟରୁ ମୁକ୍ତି ଭଳି ଗ୍ୟାରେଣ୍ଟି ଦେଇଛନ୍ତି । ସେହିପରି ଡିଗ୍ରୀ ଏବଂ ଡିପ୍ଲୋମା ଧାରିଙ୍କୁ ବୃତ୍ତି ଦେବାକୁ ଯୋଜନା ମଧ୍ୟ ରହିଛି ।

ସବୁଠୁ ବଡ ପ୍ରତିଶ୍ରୁତି ହେଉଛି , ଦେଶର ୩୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ ନେଇ ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ ଗାନ୍ଧୀ । ଏଥିସହ ଯୁବରଶ୍ମୀ ଯୋଜନା ମାଧ୍ୟମରେ ଦେଶର ପ୍ରତି ଜିଲ୍ଲା ପାଇଁ ୫ ହଜାର କୋଟି ଲେଖାଏଁ ଟଙ୍କା ପ୍ରଦାନ କରଯିବ ବୋଲି କହିଛି କଂଗ୍ରେସ ।