କନକ ବ୍ୟୁରୋ : ବିବାଦୀୟ ଛାତ୍ର ନେତା କହ୍ନେୟା କୁମାରଙ୍କୁ କଂଗ୍ରେସ ପାର୍ଟି ତରଫରୁ ଦଳର ଛାତ୍ର ଶାଖା ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଅଖିଳ ଭାରତ ଛାତ୍ର ସଂଘ ସମର୍ଥନରେ ଜେଏନୟୁରୁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ସିପିଆଇ ଟିକେଟରୁ ବିହାର ବେଗୁସରାୟରୁ ସାଂସଦ ପଦ ପାଇଁ ମଧ୍ୟ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।

Advertisment

କଂଗ୍ରେସ ସାଂସଦ ତଥା ଦଳର ମହାସଚିବ କେ.ସି ବେଣୁଗୋପାଳଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ପାର୍ଟି ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ଦଳର ଛାତ୍ର ଶାଖା ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି ।

କହ୍ନେୟା କୁମାରଙ୍କ ଜନ୍ମ ବିହାରର ବେଗୁସରାୟ ଜିଲ୍ଲାରେ ହୋଇଥିଲା । ସେ ତାଙ୍କ ଛାତ୍ର ଜୀବନରୁ ଛାତ୍ର ଆନ୍ଦୋଳନ ସହ ଜଡିତ ଅଛନ୍ତି । ପାଟନା କଲେଜ ଅଫ୍ କମର୍ସରୁ ସେ ତାଙ୍କୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ ।
୨୦୧୫ ମସିହାରେ ସେ ସିପିଆଇ ସମର୍ଥିତ ଅଖିଳ ଭାରତ ଛାତ୍ର ସଂଘର ସଦସ୍ୟତା ନେଇଥିଲେ । ଏହାପରେ ସେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଲଢି ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଜେଏନୟୁରେ ଏଆଇଏସଏଫ ତରଫରୁ ସେ ପ୍ରଥମଥର ପାଇଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।