କର୍ଣ୍ଣାଟକରେ ବିଶାଳ ରୋଡ ଶୋ କଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ

103

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି । ହେଲେ ରାଜନୈତିକ ଦଳ ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି । ଏହାରି ଭିତରେ ଶନିବାର କର୍ଣ୍ଣାଟକ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ ସୋ କରିଛନ୍ତି । ଏଥିସହ ନୂଆ ମେଟ୍ରୋ ଲାଇନ୍ ସହ ମେଡିକାଲ କେଲଜର ଉଦଘାଟନ କରିଛନ୍ତି । କର୍ଣ୍ଣାଟକ ବେଙ୍ଗାଲୁରୁର ଦେବନଗରୀରେ ଏକ ଜନସଭାକୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତକୁ ବିକଶିତ କରିବା ପାଇଁ ବିଜେପି କର୍ଣ୍ଣାଟକକୁ ନୂଆ ଶକ୍ତିରୂପେ ଗଢି ତୋଳିବାକୁ ଚାହୁଁଛି । କିନ୍ତୁ କଂଗ୍ରେସ୍ ନିଜ ନେତାଙ୍କ ପାଇଁ ରାଜ୍ୟକୁ ଏଟିଏମ୍ କରିବାକୁ ଚାହୁଁଥିବା କହି କଂଗ୍ରେସ ବିରୋଧରେ ବଡ ଅଭିଯୋଗ କରିଛନ୍ତି ମୋଦୀ । ଯେତେବେଳେ କି ବିଜେପି ନେତା ଦୁର୍ନୀତି ମାମଲାରେ ଲୋକାୟୁକ୍ତ ଦ୍ୱାରା ଧରାପଡିଛନ୍ତି । ମୋଦୀ ଯେଉଁସ୍ଥାନରେ ରାଲି କରିଛନ୍ତି ତାହା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ କର୍ମଭୂମି । କିନ୍ତୁ ଏଠାରେ ହେଇଥିବା ମେୟର ଓ ଉପମେୟର ନିର୍ବାଚନରେ ବିଜେପି ବାଜିମାତ୍ କରିଛି । ସେହି୍ପରି କର୍ଣ୍ଣାଟକବାସୀ ପୁଣି ଥରେ ଡବଲ୍ ଇଂଜିନ୍ ସରକାର କ୍ଷମତାକୁ ଆସିବାକୁ ନିଷ୍ପତି ନେଇଛି ବୋଲି ମୋଦି କହିଛନ୍ତି । ଏହି ଅବସରରେ କର୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଉପସ୍ଥିତ ଥିଲେ ।