ଲୋକସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ଜାରି କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୦ ରାଜ୍ୟର ୬୦ଆସନ ପାଇଁ ହୋଇପାରେ ନାଁ ଘୋଷଣା ।

380

କନକ ବ୍ୟୁରୋ: ଆଜି ଘୋଷଣା ହୋଇପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୦ଟି ରାଜ୍ୟର ୬୦ଟି ଲୋକସଭା ଆସନ ପାଇଁ ତାଲିକା ଘୋଷଣା ହୋଇପାରେ । କାଲି ଦିଲ୍ଲୀ ମୁଖ୍ୟାଳୟରେ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିଲା କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ବେଳେ କିଏ କେଉଁଠୁ ହେବେ ପ୍ରାର୍ଥୀ ସେନେଇ ନିଷ୍ପତ୍ତିି ନିଆଯାଇଛି ।

ଉତ୍ତରପ୍ରଦେଶର ଆମେଥି ଓ ରାଏବରେଲି ଉପରେ ରହିଛି ନଜର । ରାଏବରେଲିରେ ପ୍ରଥମ ଥର ପାଇଁ ନିଜର ପଲିଟିକାଲ ଇନିଂସ ଆରମ୍ଭ କରିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ଯିବା ପରେ ପ୍ରିୟଙ୍କାଙ୍କ ନାଁକୁ ନେଇ ଚାଲିଛି ଚର୍ଚ୍ଚା । ସେହିପରି ଆମେଥିରେ ପୁଣି ଥରେ ବିଜେପିରୁ ସ୍ମୃତି ଇରାନୀ ପ୍ରାର୍ଥୀ ହୋଇଥିବା ବେଳେ ଏଠାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ରହିବ ନଜର । କଂଗ୍ରେସର ଏହି ଗଡ଼ରେ ୨୦୧୯ରେ ରାହୁଲଙ୍କୁ ପରାସ୍ତ କରିଥିଲେ ସ୍ମୃତି । ଏଥର ନ୍ୟାୟ ଯାତ୍ରାରେ ରାହୁଲ ଆମେଥିରେ ଲୋକଙ୍କ ପାଖକୁ ଯାଇଛନ୍ତି । ତେଣୁ ଦଳ ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । ସେହିପରି ୱାଏନାଡରୁ ମଧ୍ୟ ଲଢ଼ିପାରନ୍ତି ରାହୁଲ ।