କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ, କାଲି ବସିବ ବିଧାୟକ ଦଳ ବୈଠକ । ଆସନ୍ତାକାଲି ଅର୍ଥାତ ରବିବାର ଅପରାହ୍ନ ସାଢେ ୫ଟାରେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ ବୋଲି କଂଗ୍ରେସ ନେତା ରଣଦୀପ ସର୍ଯ୍ୟେୱାଲା ସୂଚନା ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ମୁତାବକ, ଦଳ କର୍ଣ୍ଣାଟକରେ ମୋଟ ୧୩୭ ଆସନରେ ବିଜୟ ଲାଭ କରିଛି । ତା ସହିତ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ କଂଗ୍ରେସକୁ ସମର୍ଥନ ଜଣାଉଛନ୍ତି । ତେଣୁ ଏବେ ରାଜ୍ୟରେ ମୋଟ ୧୩୮ ବିଧାୟକ ତାଙ୍କ ସପକ୍ଷରେ ଅଛନ୍ତି । ଆସନ୍ତାକାଲି ଏହି ବିଧାୟକଙ୍କୁ ନେଇ ବିଧାୟକ ଦଳର ବୈଠକ ବସିବ ବୋଲି ସେ ସୂଚନା ଦେଇଛନ୍ତି ।
Congress have 137 legislators as our ally Darshan Puttannaiah won from Melukote seat. I’ve been told that Puttaswamy Gowda, an independent candidate, has also extended his support to Congress party. So now we have 138, says Randeep Singh Surjewala pic.twitter.com/EAn6O12bb0
— ANI (@ANI) May 13, 2023
ଅନ୍ୟପଟେ କର୍ଣ୍ଣାଟକରେ ବିଜେପିର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ଦଳର ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ତେବେ ବିଭିନ୍ନ କାରଣ ପାଇଁ ଏହି ପରାଜୟ ହୋଇଛି ବୋଲି କହିବା ସହିତ, ଜାତୀୟ ଦଳ ହିସାବରେ ଏହାର ସମୀକ୍ଷା ହେବ ବୋଲି ସେ କହିଛନ୍ତି । ତେବେ ରାତି ପ୍ରାୟ ସାଢେ ୯ଟା ବେଳେ ସେ ରାଜ୍ୟର ରାଜ୍ୟପାଳଙ୍କୁ ଭେଟିବା ସହିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦକ୍ଷିଣ ଭାରତର ରାଜ୍ୟ କର୍ଣ୍ଣାଟକରେ ପୁଣି କଂଗ୍ରେସ ସରକାର ଫେରିଛି । ଦଳ ଏଥର ନିର୍ବାଚନରେ ବହୁମତ ହାସଲ କରିଛି ।