ପ୍ରାରମ୍ଭିକ ଟ୍ରେଣ୍ଡରେ ରାଜସ୍ଥାନରେ ଶତକ ମାରିଲା କଂଗ୍ରେସ ! ବିଜେପି ହାତରୁ ଖସୁଛି କ୍ଷମତାର ଡୋରି ।

136

କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସର ଶତକ । ପ୍ରାରମ୍ଭିକ ଟ୍ରେଣ୍ଡରେ ରାଜସ୍ଥାନରେ କଂଗ୍ରେସ ୧୦୮ଟି ଆସନ ଅକ୍ତିଆର କରିନେଇଥିବା ଜଣାପଡିଛି । ରିପୋର୍ଟ ଲେଖିବା ସମୟ ପର୍ଯ୍ୟନ୍ତ ରାଜସ୍ଥାନରେ କଂଗ୍ରେସକୁ ୧୦୦ଟି ଆସନ ମିଳିଥିବା ବେଳେ ବିଜେପିକୁ ମିଳିଛି ୭୮ଟି ଆସନ । ତେବେ ମତଗଣନା ଜାରି ରହିଥିବା ବେଳେ ବିଜେପିକୁ ପଛରେ ପକାଇ ଆଗକୁ ବଢି ବଢି ଚାଲିଛି କଂଗ୍ରେସ । ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳିବାର ଯେଉଁ ଟ୍ରେଣ୍ଡ ରହିଥିଲା, ତାହା ଆଉ ଥରେ କାଏମ୍ ରହିବାକୁ ଯାଉଛି । ରାଜସ୍ଥାନରେ କଂଗ୍ରେସ ପୁଣି ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟରୁ ଜଣାପଡିଛି । 

ରାଜସ୍ଥାନରେ ଶେଷ ହୋଇପାରେ ରାଜେଙ୍କ ରାଜ୍ । ପୁଣି ୫ ବର୍ଷ ପାଇଁ ବସୁନ୍ଧରା ଯାଇପାରନ୍ତି ବନବାସ । କାରଣ ଏଠାରେ କଂଗ୍ରେସ ବିଜେପି ଠାରୁ ବହୁ ଆଗରେ ରହିଛି । ୨୦୦ ଆସନବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନର ୧୧୯ଟି ଆସନର ଭୋଟ୍ ଗଣତି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ଆରମ୍ଭ ହୋଇଥିଲା । କଂଗ୍ରେସ ୧୦୮ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୭୮ଟି ଆସନରେ ଆଗୁଆ ରହିଛି । ଜୟପୁର ଓ ରାଜସ୍ଥାନରେ ଦୁଇଟି ଲେଖାଏଁ କେନ୍ଦ୍ର ସମେତ ସମଗ୍ର ରାଜ୍ୟରେ ୩୫ କେନ୍ଦ୍ରରେ ଭୋଟ୍ ଗଣତି ଚାଲିଛି।