ଚାଷୀ ଆନ୍ଦୋଳନକୁ ନେଇ ସଚିନଙ୍କ ଟ୍ୱିଟ୍ : ସୋସିଆଲ ମିଡିଆରେ ଲେଖିଥିଲେ, ଇଣ୍ଡିଆ ଟୁଗେଦର;ଚାଷୀଙ୍କୁ ଅପମାନ କହି ସଚିନଙ୍କ କଟଆଉଟରେ କାଳି ବୋଳିଲା କେରଳ ଯୁବ କଂଗ୍ରେସ

142

କନକ ବ୍ୟୁରୋ : କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ କଟଆଉଟରେ କଳା ବୋଳିଲା କଂଗ୍ରେସ । ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଥିଲେ କିଛି ବିଦେଶୀ ସେଲିବ୍ରିଟି । ଏହାକୁ ବିରୋଧ କରି ଟ୍ୱିଟ କରିଥିଲେ ସଚିନ ତେନ୍ଦୁଲକର । ହଲିଉଡ ପପ୍ ସେନସେସନ ରିହାନା ଓ ପରିବେଷ କର୍ମୀ ଗ୍ରେଟା ଥନବର୍ଗଙ୍କ ଭଳି ଅନ୍ତର୍ଜାତୀୟ ହସ୍ତୀ ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ।

ହେଲେ ଏହାକୁ ଭାରତୀୟଙ୍କ ଆଭ୍ୟନ୍ତରୀଣ ପ୍ରସଙ୍ଗ କହି ପୁରାଦେଶ ଏକାଠି ଥିବାର ବାର୍ତ୍ତା ଟ୍ୱିଟରରେ ଦେଇଥିଲେ ସଚିନ୍ । ଏହାକୁ ଅନୁସରଣ କରି ଅନେକ କ୍ରିକେଟ୍ ଖେଳାଳି ଓ ଫିଲ୍ମ ତାରକା ବିଦେଶୀ ସେଲିବ୍ରିଟିଙ୍କ ବିରୋଧରେ ବାହାରିଥିଲେ । ସୋସିଆଲ ମିଡିଆରେ ଇଣ୍ଡିଆ ଟୁଗେଦର ନାଁରେ କ୍ୟାମ୍ପେନ ଆରମ୍ଭ କରିଥିଲେ । ଯାହାକୁ ବିରୋଧ କରି କେରଳ ଯୁବ କଂଗ୍ରେସ ପକ୍ଷରୁ ସଚିନଙ୍କ ଫଟୋର କଟଆଉଟରେ କଳା ତେଲ ଢଳାଯାଇଛି । ନିଜର ହକ ପାଇଁ ଲଢେଇ କରୁଥିବା ଚୀଷାଙ୍କୁ ସଚିନ ଅପମାନ କରିଥିବା ଅଭିଯୋଗ କରି ଏହିଭଳି ପ୍ରତିବାଦର କଳା ବୋଳିଛି କେରଳ ଯୁବ କଂଗ୍ରେସ ।