କନକ ବ୍ୟୁରୋ: ଆଜି ପ୍ରଥମ ଥର ପାଇଁ ତେଲେଙ୍ଗାନାରେ କଂଗ୍ରେସ ଶାସନ ଗାଦିରେ ବସିବ । ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ । ରେବାନ୍ତଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । । କଂଗ୍ରେସର ଶୀର୍ଷ ନେତା ସୋନିଆ ଓ ରାହୁଲ ଗାନ୍ଧୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଏଥିପାଇଁ ଉତ୍ସାହିତ କଂଗ୍ରେସ ।
କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବାନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରେବାନ୍ତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ଗ୍ୟାରେଂଟି ପୂରଣ କରିବେ ବୋଲେ ସେ କହିଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପୂର୍ବରୁ ରେବାନ୍ତ ଦିଲ୍ଲୀରେ ପହଂଚି ପାର୍ଟି ହାଇ କମାଣ୍ଡଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡେଗ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ । ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/12/12-8.jpg)