କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । କହିଛନ୍ତି ବିଜେପି ଓ ବିଜେଡି ମଧ୍ୟରେ କୌଣସି ଫରକ ନାହିଁ । ଦୁହେଁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।
ଜୟରାମ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ ମୋଦୀ ସରକାର ବିକିବାରେ ଲାଗିଛନ୍ତି । ବନ୍ଦରଠାରୁ ଆରମ୍ଭ କରି କଳକାରଖାନାକୁ ଘରୋଇ କମ୍ପାନୀ ହାତକୁ ଟେକିଦେଲଣି । ଯଦି ମୋଦୀ ସରକାରଙ୍କ ତୃତୀୟ ଥର ସରକାର ହୁଏ ତେବେ ସେ ରାଉରକେଲାକୁ ବି ବିକିଦେବେ । ସବୁ ଜାଣିଶୁଣି ମୋଦୀ ସରକାରଙ୍କ ବିରୋଧରେ ବିଜେଡି ସରକାର କେବେବି ବିରୋଧର ସ୍ୱର ଉଠାଇନି ବରଂ ପରୋକ୍ଷରେ ଉଭୟ ଉଭୟଙ୍କୁ ସମର୍ଥନ କରୁଛନ୍ତି । କାରଣ ବିଜେଡି , ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେମାନଙ୍କ ମଧ୍ୟରେ କିଛି ଫରକ ନାହିଁ । କେବଳ କଂଗ୍ରେସ ହିଁ ଏହାକୁ ବିରୋଧ କରିବ ବୋଲି କହିଛନ୍ତି ଜୟରାମ ରମେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/22-7.jpg)