କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ । ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ବିରୋଧୀ ଦାବି କରିଛନ୍ତି । ମନ୍ଦିର ଖୋଲିବା ନେଇ ହାତଯୋଡି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାଜ୍ୟରେ ୨୪ ଘଂଟା ଭିତରେ ସବୁ ମନ୍ଦିର ଖୋଲାଯାଉ । ମନ୍ଦିର ବନ୍ଦ ଯୋଗୁ ସେବାୟତ ଓ ପୂଜକ ହଇରାଣ ହେଉଛନ୍ତି । ଜୀବିକା ବାଧାପ୍ରାପ୍ତ ହେଉଛି ।
ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ବାହିନୀପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ମନ୍ଦିର ଖୋଲିବା ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସରକାର ତୁରନ୍ତ ନିଷ୍ପତି ନିଅନ୍ତୁ । କୋଭିଡ ସ୍ଥିତିରେ ମହାରାଷ୍ଟ୍ର ସମେତ ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଅଛି ସେଠାରେ ମନ୍ଦିର ଖୋଲାଯାଇଛି । ହେଲେ ଓଡିଶାରେ କାହିଁକି ମନ୍ଦିର ଖୋଲିନି ବୋଲି ସେ ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/12-18.jpg)