ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ବେଳେ ପଦାରେ ପଡ଼ିଲା କଂଗ୍ରେସ କନ୍ଦଳ । ବୈଠକକୁ ଆସିଲେନି ବିଧାୟକ ତାରା ବାହାନୀପତି ଓ ଜିଲ୍ଲା ସଭାପତି ମୀନାକ୍ଷୀ ବାହିନୀପତି ।

234

କନକ ବ୍ୟୁରୋ: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କଣ ରହିବ ଦଳୀୟ ରଣନୀତି । ସେନେଇ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ବସିଥିଲା । ଆଗାମୀ ଦିନରେ କଣ ରହିବ ରଣନୀତି ସେନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି  । ତେବେ ଆଗାମୀ ନିର୍ବାଚନ ପାଇଁ ଚାଲିଥିବା ରଣନୀତି ବୈଠକରୁ ବାରି ହୋଇପଡିଛି କଂଗ୍ରେସ ଦଳ ଭିତରେ ଥିବା କନ୍ଦଳ ।

ଏହି ବୈଠକରେ ଯୋଗ ଦେଇ ନାହାଁନ୍ତି ନାହାଁନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି । ଏନେଇ ଉଭୟ କହିଛନ୍ତି , ସେମାନେ ଆଣିଥିବା ଅଭିଯୋଗର ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ବୈଠକରେ ଯୋଗ ଦେବେନାହିଁ  ।

କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତାରା ଓ ତାଙ୍କ ପତ୍ନୀ । କହିଥିଲେ ଏହି ଦୁଇ ନେତା ତାଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି । ଜିିଲ୍ଲାରେ ଦଳକୁ ଦୁର୍ବଳ କରୁଛନ୍ତି  । ତେଣୁ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବିଜେଡି ଓ ବିଜେପି ଆଗାମୀ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବାବେଳେ କଂଗ୍ରେସର ଏହି କନ୍ଦଳ ଦଳକୁ କ୍ଷତିରେ ପକାଇପାରେ । ପୂର୍ବରୁ ଏଭଳି ଦଳୀୟ କନ୍ଦଳ ଯୋଗୁଁ ଦଳକୁ ଅନେକ କ୍ଷତି ହେବାର ଉଦାହରଣ ରହିଛି ।