କନକ ବ୍ୟୁରୋ: ମଙ୍ଗଳବାର ଆସିବାକୁ ଯାଉଛି ନିର୍ବାଚନ ରେଜଲ୍ଟ । ହେଲେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏବଂ ସର୍ଭେ ଏଜେନ୍ସିର ଏକଜିଟ୍ ପୋଲକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାରି ଭିତରେ ଏକଜିଟ ପୋଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ସେ କହିଛନ୍ତି, ଜୁନ୍ ୪ର ଫଳାଫଳକୁ ଅପେକ୍ଷା କରନ୍ତୁ ।
ଆଜି ସୋନିଆ ଗାନ୍ଧୀ, କରୁଣାନିଧିଙ୍କ ଜନ୍ମ ଶତାବ୍ଦୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଦିଲ୍ଲୀ ସ୍ଥିତ ଡିଏମକେ ଅଫିସରେ ପହଞ୍ଚିଥିଲେ । ଯେଉଁଠି ତାଙ୍କୁ ଏକଜିଟ୍ ପୋଲ୍ ନେଇ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନର ଉତ୍ତରରେ ସୋନିଆ କହିଥିଲେ, ବାସ୍ କେବଳ ଜୁନ୍ ୪ରେ ରେଜଲ୍ଟକୁ ଅପେକ୍ଷା କରନ୍ତୁ । ଏହା ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ଏକଜିଟ୍ ପୋଲକୁ ନେଇ ପ୍ରତିକ୍ରିୟା ରଖିସାରିଛନ୍ତି । ପ୍ରକାଶ ପାଇଥିବା ଏକଜିଟ୍ ପୋଲକୁ ନେଇ ରାହୁଲଙ୍କୁ ପ୍ରଶ୍ନ ପଚାରିବା ପରେ, ସେ ଏହାକୁ ଏକଜିଟ୍ ପୋଲ୍ ନକହି ଫାଣ୍ଟାସି ପୋଲ୍ ବୋଲି କହିଥିଲେ । ଏଥିସହିତ ଏଥର ଇଣ୍ଡିଆ ମେଣ୍ଟ ୨୯୫ ସିଟ୍ ଜିତିବ ବୋଲି ସଙ୍କେତ ଦେଇଥିଲେ ରାହୁଲ ।
ସୂଚନାଯୋଗ୍ୟ ଯେ, ଅଧିକାଂଶ ଏକଜିଟ୍ ପୋଲ୍ ସର୍ଭେରେ ଏଥର ଏନଡିଏ ପୁଣିଥରେ ବହୁମତ ହାସଲ କରିବ ବୋଲି ଅନୁମାନ କରିଛନ୍ତି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ୧୩୧ରୁ ୧୬୬ ଆସନ ଜିତିପାରେ ବୋଲି ଅନୁମାନ କରିଛି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ । ହେଲେ ଅନ୍ୟପଟେ କିନ୍ତୁ ଇଣ୍ଡିଆ ମେଣ୍ଟ ଏଥର ସରକାରକୁ ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି କଂଗ୍ରେସ ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/16-2.jpg)