କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲ ଏକ ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ କୋରାନ ଓ ଗୀତାକୁ ନେଇ ଏଭଳି କିଛି କହିଛନ୍ତି କି, ଏହାକୁ ନେଇ ଏବେ ରାଜନୀତି ଜୋର ଧରିବାରେ ଲାଗିଛି । ଗୁରୁବାର ଦିନ ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଗୀତା ବାବଦରେ ଏଭଳି କିଛି ବୟାନ ଦେଇଛନ୍ତି କି ଯାହା ବିରୋଧୀଙ୍କୁ ଖୋରାକ ଯୋଗାଇଛି ।
ଶିବରାଜ ପାଟିଲ କହିଛନ୍ତି ଯେ ଜିହାଦ କେବଳ କୋରାନରେ ନୁହେଁ ବରଂ ଗୀତାରେ ବି କୁହାଯାଇଛି । ସମସ୍ତ ଚେଷ୍ଟା ପରେ ଯଦି କେହି ସ୍ୱଚ୍ଛ ବିଚାରକୁ ବୁଝିପାରେ ନାହିଁ ତେବେ ସେତେବେଳେ ଶକ୍ତିକୁ ଉପଯୋଗ କରାଯିବା ଆବଶ୍ୟକ । ଏକଥା ଗୀତାରେ ଲେଖା ଯାଇଛି ବୋଲି ସେ କହିଛନ୍ତି । ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଉଦାହରଣ ଦେଇ ଶିବରାଜ କହିଛନ୍ତି ଯେ ଶ୍ରୀକୃଷ୍ଣ ବି ଅର୍ଜୁନଙ୍କୁ ଜିହାଦ ଶିକ୍ଷା ଦେଉଥିଲେ ।
ଏହି କଂଗ୍ରେସ ନେତା ଜଣଙ୍କ ଦାବି କରିଛନ୍ତି କି କେବଳ ଇସ୍ଲାମରେ ଜିହାଦ କଥା କୁହାଯାଇ ନାହିଁ ବରଂ ଭଗବତ ଗୀତରେ ବି ଏକଥା କୁହାଯାଇଛି । ପାଟିଲଙ୍କର ଏଭଳି ବୟାନକୁ ନେଇ ବିଜେପି କଂଗ୍ରେସ ଉପରେ ଟିପ୍ପଣୀ କରିଛି । ବିଜେପି କହିଛି କି ମୁସଲମାନ ଭୋଟ ବ୍ୟାଙ୍କକୁ ହାତେଇବାକୁ କଂଗ୍ରେସ ଏଭଳି କିଛି ବୟାନବାଜୀ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/24-9.jpg)