୧୯୮୪ ଶିଖ୍ ଦଙ୍ଗାକୁ ନେଇ ହୋଇଥିବା ନରସଂହାର ଉପରେ କଂଗ୍ରେସ ବରିଷ୍ଠ ନେତା ସାମ୍ ପିତ୍ରୋଡା କ୍ଷମା ପ୍ରାର୍ଥନା କରିଛନ୍ତି । ସାମ୍ ପିତ୍ରୋଡା କହିଛନ୍ତି ମୋ ହିନ୍ଦୀ ବହୁତ ଖରାପ । ମୁଁ କହିବାକୁ ଚାହୁଁଥିଲି , ଯାହା ହୋଇଛି କିଛି ଭଲ ହୋଇନାହିଁ କିନ୍ତୁ ଭୁଲବଶତଃ ମୁଁ ଏହାକୁ ସଠିକ୍ ଭାବେ ଟ୍ରାନ୍ସଲେଟ୍ କରିପାରିଲି ନାହିଁ ଏବଂ ମୋ ବୟାନକୁ ଭୁଲଭାବରେ ପ୍ରକାଶ କରାଗଲା । ସାମ୍ ପିତ୍ରୋଡା କହିଛନ୍ତି ବିଜେପି ସରକାର କ’ଣ କରିଛନ୍ତି ଏବଂ କ’ଣ ଦେଇଛନ୍ତି , ଏହା ଉପରେ ଚର୍ଚ୍ଚା କରିବାକୁ ଆମ ପାଖରେ ଅନ୍ୟ ମୁଦ୍ଦା ରହିଅଛି । ମୋ ଟିପ୍ପଣୀକୁ ଭୁଲ୍ ଭାବରେ ପ୍ରସ୍ତୁତ କରିଥିବାରୁ ମୁଁ ବହୁତ ଦୁଃଖିତ ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ମୋ ଟିପ୍ପଣୀକୁ ବଢେଇଚଢେଇ କରି କୁହାଯାଇଛି । ପିତ୍ରୋଦାଙ୍କ ସଫେଇ ଦେବା ପୂର୍ବରୁ କଂଗ୍ରେସ ମଧ୍ୟ ନିଜ ତରଫରୁ ଚିଠି ଜାହିର କରି ସଫେଇ ଦେଇଥିଲେ ।
Agony of the entire Sikh community.
Suffering of all those Sikh families killed by Congress leaders in 1984.
Attack on Delhi’s secular ethos.
All Summed up in these three words by Sam Pitroda - Hua To Hua.
India will never forgive #MurdererCongress for its sins. pic.twitter.com/ouYXeHJHlf
— Chowkidar Amit Shah (@AmitShah) May 9, 2019
Agony of the entire Sikh community.
କଂଗ୍ରେସ କହିଥିଲା ଯେ ପିତ୍ରୋଦାଙ୍କ ବୟାନ୍ କଂଗ୍ରେସର ବୟାନ୍ ନୁହେଁ । କଂଗ୍ରେସ ଶିଖ୍ ଦଙ୍ଗା ପୀଡିତଙ୍କ ସାଙ୍ଗରେ ଠିଆ ହୋଇଛିି । ବିଜେପି ଉପରେ ଟାର୍ଗେଟ୍ କରି କଂଗ୍ରେସ କହିଥିଲା ଆମେ ଶିଖ୍ ଦଙ୍ଗା ଦୋଷୀଙ୍କ ଉପରେ କଠୋର ପଦକ୍ଷେପ ନେବାକୁ ପ୍ରୟାସ କରିଛୁ କିନ୍ତୁ ବିଜେପି ମାଲେଗାଓଁ ବୋମା ବିସ୍ଫୋରଣର ଅଭିଯୋଗ ସାଧ୍ୱୀ ପ୍ରଜ୍ଞାଙ୍କୁ ଟିକେଟ୍ ଦେଇଛି ।
Sam Pitroda, Congress: What I meant was move on. We have other issues to discuss as to what BJP govt did and what it delivered. I feel sorry that my remark was misrepresented, I apologise. This has been blown out of proportion. https://t.co/PV5Im5hzce
— ANI (@ANI) May 10, 2019