ସିଦ୍ଧରମୈୟାଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରୋଶନ ବେଗ୍। କହିଲେ, ରାଜ୍ୟ ସରକାର ଗଠନର ପ୍ରଥମ ଦିନରୁ ହିଁ ସେ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ବ୍ୟବହାର କରୁଛନ୍ତି

ସିଦ୍ଧରମୈୟାଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରୋଶନ ବେଗ୍। କହିଲେ, ରାଜ୍ୟ ସରକାର ଗଠନର ପ୍ରଥମ ଦିନରୁ ହିଁ ସେ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ବ୍ୟବହାର କରୁଛନ୍ତି

କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ । ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ନେତା ରୋଶନ ବେଗ୍ । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପାରେ ବର୍ଷିଛନ୍ତି ବେଗ୍ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କାମ କରିବାକୁ ଦିଆଯାଉ ନାହିଁ । ରାଜ୍ୟ ସରକାର ଗଠନର ପ୍ରଥମ ଦିନରେ ସିଦ୍ଧରମୈୟା ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ବ୍ୟବହାର କରୁଛନ୍ତି ଓ ସବୁ କାମରେ ଦଖଲ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

publive-image

ଏହାସହ କର୍ଣ୍ଣାଟକ କଂଗ୍ରେସରେ ସଂଖ୍ୟାଲଘୁ ମାନଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରଛନ୍ତି । ରାଜ୍ୟରେ କୌଣସି ଖ୍ରୀଷ୍ଟିଆନକୁ ନିର୍ବାଚନରେ ସିଟ୍ ଦିଆଯାଇ ନଥିଲା, ଏହାସହ କେବଳ ଜଣେ ମୁସଲିମଙ୍କୁ ସିଟ୍ ମିିଳିଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି ବେଗ୍ । ଅନ୍ୟତମ କଂଗ୍ରେସ ନେତା ବେଣୁଗୋପାଳ ଓ ରାଜ୍ୟ କଂଗ୍ରେସ ନେତା ଦୀନେଶ ଗୁଣ୍ଡରାଓଙ୍କୁ ମଧ୍ୟ ସମାଲେଚନା କରିଛନ୍ତି । ସେପଟେ ରୋଶନ ବେଗ୍ ବିଜେପି ଆଡକୁ ଢଳୁଥିବାର ସଙ୍କେତ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe