କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ । ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ନେତା ରୋଶନ ବେଗ୍ । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପାରେ ବର୍ଷିଛନ୍ତି ବେଗ୍ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କାମ କରିବାକୁ ଦିଆଯାଉ ନାହିଁ । ରାଜ୍ୟ ସରକାର ଗଠନର ପ୍ରଥମ ଦିନରେ ସିଦ୍ଧରମୈୟା ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ବ୍ୟବହାର କରୁଛନ୍ତି ଓ ସବୁ କାମରେ ଦଖଲ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

Advertisment

publive-image

ଏହାସହ କର୍ଣ୍ଣାଟକ କଂଗ୍ରେସରେ ସଂଖ୍ୟାଲଘୁ ମାନଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରଛନ୍ତି । ରାଜ୍ୟରେ କୌଣସି ଖ୍ରୀଷ୍ଟିଆନକୁ ନିର୍ବାଚନରେ ସିଟ୍ ଦିଆଯାଇ ନଥିଲା, ଏହାସହ କେବଳ ଜଣେ ମୁସଲିମଙ୍କୁ ସିଟ୍ ମିିଳିଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି ବେଗ୍ । ଅନ୍ୟତମ କଂଗ୍ରେସ ନେତା ବେଣୁଗୋପାଳ ଓ ରାଜ୍ୟ କଂଗ୍ରେସ ନେତା ଦୀନେଶ ଗୁଣ୍ଡରାଓଙ୍କୁ ମଧ୍ୟ ସମାଲେଚନା କରିଛନ୍ତି । ସେପଟେ ରୋଶନ ବେଗ୍ ବିଜେପି ଆଡକୁ ଢଳୁଥିବାର ସଙ୍କେତ ମିଳିଛି ।