କନକ ବ୍ୟୁରୋ : ତେଲେଙ୍ଗାନାରେ କିଏ ହେବ ମୁଖ୍ୟମନ୍ତ୍ରୀ ଏନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି । କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ ତେଲେଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ସେ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏନେଇ ବିଧାୟକ ଦଳ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଛି ।
୪ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ବିଜେପିକୁ ବହୁମତ ମିଳିଥିବା ବେଳେ କେବଳ ତେଲେଙ୍ଗାନରେ କଂଗ୍ରେସକୁ ବହୁମତ ମିଳିଛି । ତେଲେଙ୍ଗାନାରେ ରେବାନ୍ତ ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସ ୧୦ ବର୍ଷର କେସିଆର ସରକାରକୁ ପରାସ୍ତ କରିଛି । ଏଠାରେ ମୋଟ ୧୧୯ ଟି ଆସନ ମଧ୍ୟରୁ କଂଗ୍ରେସକୁ ୬୪ଟି ଆସନ ମିଳିଥିବା ବେଳେ ବିଆରଏସକୁ ୩୯ ଓ ବିଜେପିକୁ ମାତ୍ର ୮ଟି ଆସନ ମିଳିଥିଲା । ଏହାସହ ଅନ୍ୟାନ୍ୟ ଦଳମାନଙ୍କୁ ମଧ୍ୟ ୮ଟି ଆସନ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/Untitled-1-Recovered-1.jpg)